www.samajalive.in
Sunday, December 7, 2025
14.1 C
Bhubaneswar

ଦୁଇଦିନରେ ୩ଟି ପିକଅପ ଭ୍ୟାନ ଜବତ, ୪୦ ଗୋରୁ ଉଦ୍ଧାର

ଠାକୁରମୁଣ୍ଡା: ଆକ୍ସନ ମୋଡରେ ପୁଲିସ, ଗତ ଦୁଇଦିନରେ ୩ଟି ପିକଅପ ଭ୍ୟାନ ଜବତ, ୪୦ ଗୋରୁ ଉଦ୍ଧାର, ଜଣେ ଡ୍ରାଇଭର ଅଟକ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ ହୋଇ ଯାଉଥିବା ୨ଟି ପିକଅପ ଭ୍ୟାନକୁ ଜବତ କରିଥିଲା। ପୁଣି ମହୁଲଡିହା ଥାନା ପୁଲିସ ଗୋଟିଏ  ଭ୍ୟାନ ଜବତ କରିବା ସହିତ ୨୦ ବଳଦ ଉଦ୍ଧାର କରିଛି। ତିନିଟି ଗାଡ଼ିରୁ ମୋଟ ୪୦ଟି ଗୋରୁକୁ ଉଦ୍ଧାର କରିଥିବା ବେଳେ ସେଥିରୁ ଗୋଟିଏ ମୃତ ଗୋରୁକୁ ଉଦ୍ଧାର କରିଥିବାର ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଠାକୁରମୁଣ୍ଡା ଥାନା ଅଧିକରିଣୀ ସାବିତ୍ରୀ ଦଳେଇ ଓ ଅନ୍ୟ କର୍ମଚାରୀମାନେ ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିଲେ। ପେଟ୍ରୋଲିଂ ସମୟରେ ଠାକୁରମୁଣ୍ଡା – କରଞ୍ଜିଆ ରାସ୍ତାର କେନ୍ଦୁଜିଆଣି ନିକଟରେ ଠାକୁରମୁଣ୍ଡା ପଟୁ ଆସୁଥିବା ଦୁଇଟି ପିକଅପ ଭ୍ୟାନକୁ ଅଟକାଇଥିଲେ। ସେଥିରେ ଗୋଟିଏ ଭ୍ୟାନରେ ୧୧ଟି ଓ ଅନ୍ୟଟିରେ ୯ଟି ଗୋରୁ ଥିବାର ଦେଖି ଭ୍ୟାନ ଦୁଇଟିକୁ ଜବତ କରି ଥାନାକୁ ଆଣିଥିଲେ। କିନ୍ତୁ ଗୋଟିଏ ଭ୍ୟାନରେ ବୋଝେଇ ଯାଉଥିବା ୯ଟି ଗୋରୁ ମଧ୍ୟରୁ ୧ଗୋରୁ ମୃତ ଥିବାର ଜଣା ପଡିଥିଲା। ଘଟଣାସ୍ଥଳରେ ପୁଲିସକୁ ଦେଖି ଗୋଟିଏ ଭ୍ୟାନର ଡ୍ରାଇଭର ଖସି ପଳାଇ ଯାଇଥିବା ବେଳେ ଆଉ ଜଣକୁ ଧରିବାରେ ସଫଳ ହୋଇଥିଲା।
ସେହିପରି ମହୁଲଡିହା ଥାନା ପୁଲିସ ଏଏସଆଇ ବିଜୟ ସାନ୍ତରାଙ୍କ ନେତୃତ୍ବରେ ପେଟ୍ରୋଲିଂ କରିଥିବା ବେଳେ ଗୋଟିଏ ଚୋରା ଗୋ ଚାଲାଣ ଗାଡି ସହିତ ୨୦ ବଳଦ ଜବତ କରିଛି। ଏଇ ଅଞ୍ଚଳ ଦେଇ ପ୍ରତେକ ଦିନ ଚୋରା ବଳଦ ଓ ମଇଁଷି ଚାଲାଣ କରାଯାଉଥିବା ବେଳେ ଏକ ମାସ ମଧ୍ୟରେ ୧୫ରୁ ଉର୍ଦ୍ଧ୍ବ ଗାଡି ଜବତ କରିବା ସହିତ ୧୦୦ରୁ ଉର୍ଦ୍ଧ୍ବ ଗାଈ ଏବଂ ମଇଁଷି ଜବତ କରିବାରେ ସଫଳ ହୋଇଛି ପୁଲିସ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories