www.samajalive.in
Sunday, December 7, 2025
26.1 C
Bhubaneswar

ଅକ୍ଟୋବର ୧୨ ସୁଦ୍ଧା ଓଡ଼ିଶାରୁ ୨୦ ଲକ୍ଷ ଦସ୍ତଖତ ସଂଗ୍ରହ

ଭୁବନେଶ୍ୱର : ରାଜ୍ୟରେ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ‘ଭୋଟ ଚୋର, ଗାଦି ଛାଡ଼’ ଦସ୍ତଖତ ଅଭିଯାନ ତ୍ବରାନ୍ବିତ ହେବ। ଅକ୍ଟୋବର ୧୨ ସୁଦ୍ଧା ୧୫ରୁ ୨୦ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ ବୋଲି ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି। ରବିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଗଣମାଧ୍ୟମକୁ ସେ କହିଥିଲେ, ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମରେ ଘରକୁ ଘର ବୁଲି କଂଗ୍ରେସ ନେତା ଓ କର୍ମୀ ମୋଟ ୫ କୋଟି ଲୋକଙ୍କ ଦସ୍ତଖତ ସଂଗ୍ରହ କରିବେ। ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଏହି ଦସ୍ତାବିଜ୍‌କୁ ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ରାଷ୍ଟ୍ରପତି ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ନେତୃବୃନ୍ଦ ଦାଖଲ କରିବେ। ଏହି କ୍ରମରେ ଓଡ଼ିଶାରେ ଆସନ୍ତା ଅକ୍ଟୋବର ୧୨ ସୁଦ୍ଧା ୨୦ ଲକ୍ଷ ଦସ୍ତଖତ ସଂଗ୍ରହ ହେବ। ଏଆଇସିସିର ଏହି କାର୍ଯ୍ୟକ୍ରମ ଚାଲିବା ଭିତରେ ଆସନ୍ତା ଅକ୍ଟୋବର ୨ରୁ ଓଡ଼ିଶାରେ ବର୍ଷବ୍ୟାପୀ ‘ଗାନ୍ଧୀ ପଥେ ଓଡ଼ିଶା’ ପଦଯାତ୍ରା ଆରମ୍ଭ ହେବ। ସେଦିନ ପିସିସି ସଭାପତି ଭକ୍ତ ଚରଣ ଦାସ ମାଲକାନଗିରିର ମୋଟୁରୁ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ। ନାରୀ ନ୍ୟାୟ ଅଧିକାର ପାଇଁ ୩ ତାରିଖ ମଧ୍ୟ ପଦଯାତ୍ରାର ପ୍ରଥମ ଦଫା ଚାଲୁ ରହିବ। ନୂଆପଡ଼ା ଉପନିର୍ବାଚନ ପରେ ପଦଯାତ୍ରା ପୁଣି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟର ପ୍ରତ୍ୟେକ ବ୍ଲକରେ ପର୍ଯ୍ୟାୟ କ୍ରମେ ଦିନକୁ ୧୫ରୁ ୨୦କି.ମି. ପଦଯାତ୍ରା ଆୟୋଜିତ ହେବ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories