www.samajalive.in
Sunday, December 7, 2025
14.1 C
Bhubaneswar

କମାଲ କଲେ କୁଳଦୀପ, ‘ତିଲକ’ ପିନ୍ଧାଇଲେ ବିଜୟ ତିଳକ, ୪୧ ବର୍ଷ ପ୍ରତିକ୍ଷାର ଘଟିଲା ଅନ୍ତ…

ସମାଜ ଡିଜିଟାଲ ଡେସ୍କ: କ୍ରିକେଟ ମୈଦାନରେ ଆତଙ୍କୀ ଆଚରଣ ଚଳିବ ନାହିଁ ।  ବ୍ୟାଟର ଜବାବ ବ୍ୟାଟରେ ହିଁ ଦେବାକୁ ହୁଏ ବୋଲି ପାକିସ୍ତାନକୁ ଶିକ୍ଷା ଦେଲା ଟିମ୍ ଇଣ୍ଡିଆ । ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ହେଲା । ଶେଷରେ ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ଶେଷରେ ସେହି ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ପ୍ରଥମ ଥର ପାଇଁ ପରାସ୍ତ କରିଛି ।

- Advertisement -

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ ଉପରେ ଥିଲା ସାରା ବିଶ୍ବର ନଜର । ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ମାତ୍ର ପାକିସ୍ତାନ ଓପନିଂ ଖୁବ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ତେବେ ପ୍ରଥମ ଦଳର ସ୍କୋର ୮୧ ଥିବାବେଳେ ପ୍ରଥମ ବ୍ରେକ୍ ଥ୍ରୁ ଦେଇଥିଲେ ବରୁଣ ଚକ୍ରବର୍ତ୍ତି । ପରେ ଭାରତର ସ୍ପିନ୍ ବାହିନୀ ପାକ୍ ବ୍ୟାଟରଙ୍କୁ ଧୂଳି ଚଟାଇ ଦେଇଥିଲେ । କାଳ ସାଜିଥିବା କୁଲଦୀପ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ ୨ ଏବଂ ବରୁଣଙ୍କୁ ମିଳିଥିଲା ୨ଟି ୱିକେଟ୍ । ବାକି ଦୁଇଟି ୱିକେଟ୍ ବୁମରାଙ୍କ ହାତରେ ଲାଗିଥିଲା । ନିର୍ଦ୍ଦାରିତ ୨୦ ଓଭରରେ ୧୪୬ ରନ୍ ସ୍କୋର କରି ଅଲଆଉଟ ହୋଇଯାଇଥିଲା ପାକିସ୍ତାନ ।

ତେବେ ଭାରତ ୧୪୭ ରନ୍ ର ବିଜୟଲକ୍ଷ୍ୟକୁ ପିଛା କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ନିରାଶ କରିଥିଲେ ଅଭିଷେକ, ସୂର୍ଯ୍ୟକୁମାର ଓ ଗିଲ୍ । ପରେ ତିଲକ ବର୍ମାଙ୍କୁ ଉପଯୁକ୍ତ ସାଥ୍ ଦେଇଥିଲେ ଶିବମ ଦୁବେ । ଛକା ଚଉକା ବର୍ଷା କରି ପାକିସ୍ତାନି ବୋଲରଙ୍କ ମୁହଁ ଫୁଟାଣି ଭାଙ୍ଗି ଦେଲେ ତିଲକ ବର୍ମା ଓ ଶିବମ ଦୁବେ । ତିଳକ ବର୍ମା ୫୩ ବଲରେ ୬୯ ରନ୍ କରି ନଟଆଉଟ ଥିବା ବେଳେ ଶିବମ ଦୁବେ ୩୩ ସଞ୍ଜୁ ସାମସନ ୨୪ ଏବଂ ଶେଷରେ ଚଉକା ମାରି ମ୍ୟାଚ ଫିନିସ କରିଥିଲେ ରିଙ୍କୁ ସିଂ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories