www.samajalive.in
Sunday, December 7, 2025
26.1 C
Bhubaneswar

ଭାରତର ସଫଳତା ପାଇଁ ମୋଦୀଙ୍କୁ ପ୍ରଶଂସା କଲେ ପୁଟିନ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଏବଂ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦୁଇ ନେତାଙ୍କ ମଧ୍ୟରେ ଟେଲିଫୋନ ଜରିଆରେ ବାର୍ତ୍ତାଳାପ ସମୟରେ ପୁଟିନ ମୋଦୀଙ୍କ କାର୍ଯ୍ୟଶୈଳୀ ବେଶ ଉଚ୍ଚକୋଟୀର ବୋଲି କହିଛନ୍ତି। ଭାରତ ବାହ୍ୟ ପ୍ରଭାବରୁ ମୁକ୍ତ ରହି ଆର୍ଥିକ ଅଭିବୃଦ୍ଧିରେ ରେକର୍ଡ ହାସଲ କରିଛି ବୋଲି ପୁଟିନ କହିଛନ୍ତି।

ପୁଟିନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵ ଅଧୀନରେ ଭାରତ ସମ୍ପୂର୍ଣ୍ଣ ଭାବେ ସ୍ଵତନ୍ତ୍ର, ସର୍ବଭୌମତ୍ଵ ନୀତି ଆପଣାଇଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ଆର୍ଥିକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ବିଶ୍ଵର ବଡ଼ ବଡ଼ ଅର୍ଥନୀତି ତୁଳନାରେ ଭାରତ ଉଚ୍ଚକୋଟୀର ଅଭିବୃଦ୍ଧି ହାସଲ କରିଛି।

- Advertisement -

ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ରୁଷର ଏକ ଟେଲିଭିଜନ ଚ୍ୟାନେଲରେ ରିପୋର୍ଟ ପ୍ରସାରଣ କରାଯାଇଛି। ମୋଦୀଙ୍କ ଜନ୍ମଦିବସରେ ପୁଟିନ ଟେଲିଗ୍ରାମରେ ଏକ ଶୁଭେଚ୍ଛା ବାର୍ତ୍ତା ଦେବାର କିଛି ସମୟ ମଧ୍ୟରେ ମୋଦୀ ତାଙ୍କୁ ଫୋନ କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଏପରି ବାର୍ତ୍ତାଳାପ ହୋଇଥିଲା।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories