www.samajalive.in
Sunday, December 7, 2025
14.1 C
Bhubaneswar

ଶନିବାର ରାଶିଫଳ: ରାଜ ଦରବାରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତ ହେବେ

ମେଷ: ବଣମଲ୍ଲୀ ହେଲେ ବି ସହରାଞ୍ଚଳଙ୍କୁ ସୁବାସିତ କରିପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ କର୍ମତତ୍ପର ରହିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ରାଜ ଦରବାରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତ ହେବେ।

ବୃଷ: ପରିବାରରୂପି ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ସ୍ବଧର୍ମରେ ଆପଣ ପାପ ଭାଗୀ ହେବେ ନାହିଁ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।

- Advertisement -

ମିଥୁନ: ଆପଣଙ୍କ ସୁକର୍ମ ଭାଗ୍ୟନିୟନ୍ତା ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଦିନଟିକୁ ସୁଖମୟ କରିପାରେ। ଅଧିକ କ୍ଷମତା ପାଇ ନିଜେ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଉଚ୍ଚାଭିଳାଷୀ ହୋଇପାରନ୍ତି। କର୍ମଠ ହେବେ।

କର୍କଟ: ବିପଦକୁ ସାହସର ସହ ମୁକାବିଲା କରିବାରେ ସଫଳ ହେବେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ଜଳଯାତ୍ରା ନ କରିବା ଭଲ। ଅଯଥା ପାରିବାରିକ ଜଞ୍ଜାଳରେ ଫସିଯାଇପାରନ୍ତି। ପରୋପକାରୀ ହେବେ।

ସିଂହ: ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ମହିଳାମାନଙ୍କର ଗୃହସ୍ଥ ଧର୍ମ ସର୍ବୋତ୍କୃଷ୍ଟ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।

କନ୍ୟା: ଜୀବଜଗତ ପାଇଁ ଆକର୍ଷଣର ମୋହ ଆପଣଙ୍କୁ ସ୍ବୟଂସିଦ୍ଧ କରିପାରେ। ମହତ୍‌ ଲୋକଙ୍କ ପାଖରୁ ଭିକ୍ଷା ନ ମିଳିଲେ ବି ତାହା ସହ୍ୟ ହେବ; ମାତ୍ର ଅକ୍ଷମ ଲୋକଙ୍କଠାରୁ ଭିକ୍ଷା ମିଳିଲେ ବି ତାହା ବର୍ଜନୀୟ।

ତୁଳା: ସୀମାହୀନର ସୀମା ଓ ଅସ୍ଥିତ୍ବହୀନର ସ୍ଥିତି କେବେ କଳ୍ପନା କରାଯାଇ ନପାରେ। ବନ୍ଧୁ ସହଯୋଗ ପାଇ ଶତ୍ରୁ ଦମନ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହୋଇପାରନ୍ତି।

ବିଛା: ଲକ୍ଷ୍ମୀ ବରଦାୟିକା ଥିବାରୁ ଇଚ୍ଛା ପରିପୂର୍ଣ୍ଣ ହୋଇପାରେ। ବିଦ୍ୟାର୍ଜନ କରି ବିନୟୀ ହେବେ। ପରିଶ୍ରମ ଯେତେ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିବ। ସତ୍‌ପରାୟଣ ହୋଇପାରନ୍ତି।

ଧୁନ: ଆଧ୍ୟାତ୍ମବାଦୀ ହୋଇପାରନ୍ତି। ମନରେ ବିନୀତ ଭାବ ଉଦୟ ହୋଇପାରେ। ସକଳ ଗୁଣର ଅଧିକାରୀ ହେବେ। କାବ୍ୟ ଶାସ୍ତ୍ରାନୁଯୁକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଧନ ମିଳିପାରେ। ଯେସାକୁ ତେସା ନୀତିଯୁକ୍ତ ହେବେ।

ମକର: ସତ୍ୟଧର୍ମ ପରାୟଣ ହେବେ। ଈଶ୍ବରୀୟ ବିଭୂତିପ୍ରାପ୍ତ ହୋଇପାରନ୍ତି। ଏକ ମାନବୋଚିତ୍ତ କାର୍ଯ୍ୟ କରି ପ୍ରଂଶସା ପ୍ରାପ୍ତ ହେବେ। ପ୍ରତିଶୋଧ ପରାୟଣ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

କୁମ୍ଭ: ବୀଜ ଯେପରି ନୂତନ ତରୁକୁ ଜନ୍ମ ଦେବା ପାଇଁ ନିଜକୁ ବିଦୀର୍ଣ୍ଣ କରିଦିଏ, ସେହିପରି ଜଗତ ଜନଙ୍କ କଲ୍ୟାଣ ପାଇଁ ସାହିତ୍ୟ ଆପଣଙ୍କୁ ଦୃଢ଼ମନା ଓ କଠିନ ସ୍ବଭାବ କରିପାରେ। ସାହିତ୍ୟାନୁରାଗୀ ହେବେ।

ମୀନ: କୁଳ ଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହ, ସଦ୍ଦିଚ୍ଛା ଭାବ ରହିବ। ସୁଖୀ ହେବେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories