www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ସ୍ବତନ୍ତ୍ର ଓଟିଇଟି: ୧୯୩ କେନ୍ଦ୍ରରେ ପରୀକ୍ଷା ଦେବେ ୭୫ ହଜାର ଆଶାୟୀ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିିଇଟି) ଶନିବାର ଅନୁଷ୍ଠିତ ହେବ। ରାଜ୍ୟର ୧୯୩ ପରୀକ୍ଷା କେନ୍ଦ୍ରରେ ମୋଟ ୭୫ ହଜାର ୪୦୩ ଜଣ ଶିକ୍ଷକ ଏହି ସ୍ବତନ୍ତ୍ର ଓଟିଇଟି ଦେବେ। ସେମାନଙ୍କ ମଧ୍ୟରୁ ପେପର-୧ରେ ୨୯ ହଜାର ୪ ଜଣ ଓ ପେପର-୨ରେ ୪୬ ହଜାର ୩୯୯ ଆଶାୟୀ ରହିଛନ୍ତି। ପୂର୍ବାହ୍ଣ ୯ ଟା ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ପ୍ରଥମ ପତ୍ର ଏବଂ ଅପରାହ୍ଣ ୨ଟାରୁ ୪ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଦ୍ବିତୀୟ ପତ୍ରରେ ପରୀକ୍ଷା କରାଯିବ। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ କଡ଼ା ସୁରକ୍ଷା ମଧ୍ୟରେ ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଓଟିଇଟି ଶିକ୍ଷାଗତ ​‌ଯୋଗ୍ୟତାକୁ ବାଧ୍ୟତାମୂଳକ କରାଯାଇଛି।

ନିଯୁକ୍ତି ପାଇଥିଲେ ମଧ୍ୟ ବହୁ ଶିକ୍ଷକଙ୍କ ନିକଟରେ ଓଟିଇଟି ଯୋଗ୍ୟତା ନାହିଁ। ତେଣୁ ସେହିମାନେ ଏହି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଦେବେ। ଏଥିରେ କୃତକାର୍ଯ୍ୟ ହେଲେ, ସେମାନେ ପଦୋନ୍ନତି ପାଇବେ। ଗତ ଜୁଲାଇ ୧୯ରେ ପରୀକ୍ଷା ହେବାକୁ ଥିବାବେଳେ ପ୍ରଶ୍ନପତ୍ର ପ୍ରଘଟ ହୋଇଯାଇଥିଲା। ଏହାପରେ ତଦନ୍ତରୁ ୮ଜଣ ସମ୍ପୃକ୍ତ ଥିବା ଜଣାପଡ଼ିବା ସହ ସେମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ପରୀକ୍ଷା ପାଇଁ ତାରିଖ ପରେ ତାରିଖ ବଦଳି ଥିଲାବେଳେ ଶେଷରେ ସେପ୍ଟେମ୍ବର ୨୭ରେ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଶନିବାର ପରୀକ୍ଷା କରାଯାଉଥିବାବେଳେ ବହୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories