www.samajalive.in
Monday, December 8, 2025
16.1 C
Bhubaneswar

ସମସ୍ୟା ଘେରରେ ବାଙ୍କମୁଆ ପ୍ରାଥମିକ ବିଦ୍ୟାଳୟ

ଆରଡି: ନାନା ସମସ୍ୟା ଘେରରେ ଭଦ୍ରକ ଜିଲା ଚାନ୍ଦବାଲି ଶିକ୍ଷାମଣ୍ଡଳ ଅଧିନ ନାନ୍ଦପୁର ପଞ୍ଚାୟତ ବାଙ୍କମୁହଁ। ସରକାରୀ ପ୍ରାଥମିକ ବିଦ୍ୟାଳୟ। ଵିଦ୍ୟାଳୟ ସମସ୍ୟା ଓ ଶିକ୍ଷକ ନିଯୁକ୍ତି ଦାବି ନେଇ ଅଭିଭାବକ ଭେଟିଛନ୍ତି ଶିକ୍ଷାଧିକାରୀଙ୍କୁ। ସୂଚନା ଅନୁଯାୟୀ ଵାଙ୍କମୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଵାଟିକାରୁ ପଞ୍ଚମ ଯାଏଁ ୬ଟି ଶ୍ରେଣୀର ୩୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ଅଫିସ କାମ ଓ ପାଠ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀ ମାନେ ଭଲରେ ପାଠ ପଢିଵା ତ ଦୂରର କଥା ଗୋଟିଏ ଶ୍ରେଣୀଗୃହରେ ଵସୁଥିଵାରୁ ନିଜନିଜ ଭିତରେ ମାରପିଟି ଲାଗୁଛନ୍ତି । ଜଣେ ଶିକ୍ଷୟିତ୍ରୀ ବିଭିନ୍ନ ଅଫିସ କାମରେ ବ୍ୟସ୍ତ ରହୁଥୁବାରୁ ପିଲାମାନେ ମଧ୍ୟ ସ୍କୁଲ ବାହାରେ ବୁଲୁଛନ୍ତି। ପୂର୍ଵରୁ ୨ଜଣ ଶିକ୍ଷୟିତ୍ରୀ ରହିଥିଲେ। ହେଲେ ଜଣେ ଶିକ୍ଷୟିତ୍ରୀଙ୍କର ଜୁଲାଇମାସରେ ଅବସର ନେଵାରୁ ତାଙ୍କ ସ୍ଥାନରେ କୈାଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଖାଲି ପଡିଛି । ସେହିପରି ବିଦ୍ୟାଳୟ ନଳକୂପ ଅଚଳ ହୋଇଯାଇଥିବାରୁ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ। ଫଳରେ ବାଧ୍ୟ ହୋଇ ନିକଟରେ ଥିବା ପୋଖରୀର ଦୂଷିତ ପାଣି ପିଉଛନ୍ତି। ସେହିପରି ମଧ୍ୟାହ୍ନ ଭୋଜନ ମଧ୍ୟ ଉକ୍ତ ପୋଖରୀ ପାଣିରେ ପ୍ରସ୍ତୁତ ହେଉଛି। ତାହା ସହ ବିଦ୍ୟାଳୟରେ ପ୍ରାଚେରୀ ନଥିବାରୁ ଗାଈ, ଗୋରୁ ଷଣ୍ଢ ସ୍କୁଲ ହତା ଭିତରେ ରହୁଥିବାରୁ ଅପରିଷ୍କାର କରୁଛନ୍ତି। ବିଦ୍ୟାଳୟରେ ଶ୍ରେଣୀଗୃହ ଖାଲୁଆ ସ୍ଥାନରେ ଥିବାରୁ ସାମାନ୍ୟ ବର୍ଷା ଓ ବନ୍ୟା ହେଲେ ଶ୍ରେଣୀଗୃହରେ ବର୍ଷାପାଣି ଲହଡ଼ି ମାରିବାରୁ ଦିନ ଦିନ ଧରି ବନ୍ଦ ରହୁଛି ବିଦ୍ୟାଳୟ। ତେଣୁ ଯଥା ଶୀଘ୍ର ଜଣେ ନୂତନ ଶିକ୍ଷକ ସହ ଲାଗି ରହିଥିବା ସମସ୍ୟା ର ସମାଧାନ ପାଇଁ ଅଭିଭାବକ ମାନେ ଜିଲା ପ୍ରଶାସନ ଓ ଶିକ୍ଷାଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories