www.samajalive.in
Sunday, December 7, 2025
14.1 C
Bhubaneswar

ରେଡ୍ ଚିଲିଜ୍ ଏବଂ ନେଟଫ୍ଲିକ୍ସ୍ ଉପରେ ୨ କୋଟି ଟଙ୍କାର ମାନହାନି ମାମଲା

ମୁମ୍ବଇ: ଆର୍ୟନ ଖାନ୍ ଡ୍ରଗ୍ ମାମଲାର ଯାଞ୍ଚ ଅଧିକାରୀ ସମୀର ୱାନଖେଡେ ଶାହରୁଖ ଓ ଗୌରୀ ଖାନଙ୍କ ପ୍ରଡକ୍ସନ କମ୍ପାନୀ ରେଡ୍ ଚିଲିଜ୍ ଉପରେ ୨ କୋଟି ଟଙ୍କାର ମାନହାନି ମାମଲା କରିଛନ୍ତି। ଆର୍ୟନ ଖାନ୍ ନିଜ ​‌େ​‌ୱବ ସିରିଜ୍ ବ୍ୟାଡ୍ସ ଅଫ୍ ବଲିଉଡ ଜରିଆରେ ସମୀର ୱାନଖେଡେଙ୍କ ଛବି ଖରାପ କରିଥିବା ସେ ଅଭିଯୋଗ କରିଛନ୍ତି।
ଦିଲ୍ଲୀ ହାଇକୋର୍ଟରେ ରେଡ୍ ଚିଲିଜ୍ ଏଣ୍ଟରଟେନ୍‌ମେଣ୍ଟ ସହିତ ନେଟଫ୍ଲିକ୍ସ ଓ ଅନ୍ୟ କିଛି କଳାକାରଙ୍କ ବିରୋଧରେ ମାନହାନି ମାମଲା କରିବା ସହିତ ଏହି ସିନେମା ଡ୍ରଗ୍ସ ବିରୋଧରେ କାମ କରୁଥିବା ଏଜେନ୍ସିକୁ ନକାରାତ୍ମକ ଉପାୟରେ ପ୍ରଦର୍ଶିତ କରିଛି ଯାହା ଫଳରେ ସାଧାରଣ ଜନତାଙ୍କ ଭରସା ଏହି ଏଜେନ୍ସି ଉପରେ କମୁଥିବା ସେ କହିଛନ୍ତି।

ଆର୍ୟନ ଖାନଙ୍କ ଡ୍ରାମା ସିରିଜର ପ୍ରଥମ ଏପିସୋଡରେ ବଲିଉଡର ଅନେକ କଳାକାର ଏକ ପାର୍ଟି କରୁଥିବା ସମୟରେ ବାହାରେ ଜଣେ ଅଧିକାରୀ ଡ୍ରଗ ସେବନ କରୁଥିବା ଜଣେ ଯୁବକକୁ ଗିରଫ କରୁଥିବା ଦେଖିବାକୁ ମିଳୁଛି। ଏହି ଅଧିକାରୀ ଭୂମିକାରେ ଅଭିନୟ କରୁଥିବା କଳାକାର ସମୀର ୱାନଖେଡେଙ୍କ ଭଳି ଦେଖାଯାଉଛନ୍ତି। ସିରିଜ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ସେହି ଭୂମିକାକୁ ନେଇ ଅନେକ ପୋଷ୍ଟ ମଧ୍ୟ ଭାଇରାଲ ହୋଇଥିଲା। ଅନ୍ୟପଟେ ସମୀର କହିଛନ୍ତି କି ଜୋରିମାନା ରୂପେ ଯେଉଁ ରାଶି ମିଳିବ ସେ ତାକୁ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲକୁ ରୋଗୀଙ୍କ ଚିକିତ୍ସା ପାଇଁ ଦାନ କରିବେ।

- Advertisement -

ସୂଚନାଯୋଗ୍ୟ ୨ ଅକ୍ଟୋବର ୨୦୨୧ରେ ନାରକୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍ ଗୋଆ ଯାଉଥିବା କୋର୍ଡିଏଲା କ୍ରୁଜରୁ ଆର୍ୟନ ଖାନ୍ ଓ ତାଙ୍କ ବନ୍ଧୁମାନଙ୍କୁ ଡ୍ରଗ୍ ନେଉଥିବା ଅଭିଯୋଗରେ ଗିରଫ କରିଥିଲା। ତତ୍କାଳୀନ ଜୋନାଲ ଡାଇରେକ୍ଟର ସମୀର ୱାନଖେଡେଙ୍କ ଟିମ୍, ଯାତ୍ରୀ ସାଜି ଜାହାଜରେ ଚଢିଥିଲେ। ରାତି ୧୦ଟାରୁ ଦ୍ବିପ୍ରହର ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଚଢଉରେ କୋକେନ୍, ଚରସ ସହିତ ଅନ୍ୟ ଡ୍ରଗ୍ସ ପ୍ରଚୁର ମାତ୍ରାରେ ମିଳିଥିଲା।

ଆର୍ୟନ ଖାନଙ୍କୁ ଏହି ମାମଲାରେ ଅନେକ ସପ୍ତାହ ପର୍ଯ୍ୟନ୍ତ ଆର୍ଥର ରୋଡ ଜେଲରେ ରଖାଯାଇଥିଲା। ପରେ ୨୭ ମଇ ୨୦୨୨ରେ ଆର୍ୟନ ଖାନ ଓ ଅନ୍ୟ ୫ ଜଣଙ୍କୁ ପ୍ରମାଣ ଅଭାବରୁ କ୍ଲିନ୍ ଚିଟ୍ ଦିଆଯାଇଥିଲା। ଏହି ସିରିଜ ମୁକ୍ତିଲାଭ ପରଠୁ ବିବାଦରେ ଛନ୍ଦି ହୋଇଛି। ଏଥିରେ ସପ୍ତମ ଏପିସୋଡରେ ରଣବୀର କପୁର ଇ-ସିଗାରେଟ୍ ପିଉଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟକୁ ନେଇ ବିନୟ ଯୋଶୀ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ କି ସତର୍କ ସୂଚନା ବିନା ଏହି ଦୃଶ୍ୟ ଚଲାଯାଉଛି ଯାହା ଶିଶୁ ଓ ଯୁବପିଢିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories