www.samajalive.in
Sunday, December 7, 2025
26.1 C
Bhubaneswar

ଗାଏବ୍ ୬୦ଲକ୍ଷ ଟଙ୍କାର ସାମଗ୍ରୀକୁ ବିକ୍ରମପୁରରୁ ଜବତ କଲା ଜଗତପୁର ପୁଲିସ

ଗୋପାଳପୁର: କଟକ ଡିଭାଇନ୍ ୟୁନାଇଟେଡ୍ ପ୍ରାଇଭେଟ୍ ଲିମିଟେଡ୍‌ର ଚୋରି ହୋଇଥିବା ୬୦ଲକ୍ଷ ଟଙ୍କା ମୂଲ୍ୟର ହାଇଡ୍ରୋଜେନ୍ ରିଚ୍ ୱାଟର ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁରରୁ ପୁଲିସ ଜବତ କରିଛି । ଆଜି ଜଗତପୁର ପୁଲିସ ଟିମ୍ ଗୋପାଳପୁର ଥାନା ସହାୟତାରେ ଚଢ଼ଉ କରି ଏହି ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ଅଭିଯୋଗ ପ୍ରକାରେ ଚାଇନାରୁ ଆମଦାନୀ ହୋଇଥିବା ୬୦ ଲକ୍ଷ ଟଙ୍କା ମୂଲ୍ୟର ୧୩୫୮ଟି ହାଇଡ୍ରୋଜେନ୍ ରିଚ୍ ୱାଟର ବଟଲ୍ । ଗତ ୧୨ ତାରିଖରେ ବିଶାଖପାଟଣା  ବନ୍ଦରରେ କଷ୍ଟମ୍ ବିଭାଗ ଯାଞ୍ଚ କରିବା ପରେ  ଟ୍ରକରେ ଲୋଡିଂ ହୋଇଥିଲା।ଏହା ବିଶାଖପାଟଣା ରୁ କଟକର ଜଗତପୁର ଥାନା ଅଞ୍ଚଳରେ ଥିବା ଡିଭାଇନ୍  ୟୁନାଇଟେଡ୍ ପ୍ରାଇଭେଟ୍ ଲିମିଟେଡ ଗୋଦାମ ଯାଉଥିଲା। ହେଲେ ସେହି ଜିନିଷ ଗୋଦାମରେ ପହଞ୍ଚିନଥିଲା। ରାସ୍ତାରେ ୬୦ଲକ୍ଷ ଟଙ୍କା ମୂଲ୍ୟର କମ୍ପାନି ସାମଗ୍ରୀ ଗାଏବ୍ ହୋଇଯାଇଥିଲା। ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଜିନିଷ ନପହଞ୍ଚିବାରୁ ଏ ସମ୍ପର୍କରେ ଜଗତପୁର ଥାନାରେ କମ୍ପାନି ମ୍ୟାନେଜର ସୁଲେମାନ ଏହମ୍ମଦ ବକ୍ସ ଲିଖିତ ଅଭିଯୋଗ କରିଥିଲେ।ଏହି ଘଟଣା ନେଇ ଜଗତପୁର ଥାନାରେ ୧୯ ତାରିଖରେ ମାମଲା ରୁଜୁ ହୋଇଥିଲା । ପୁଲିସ ତଦନ୍ତ କରିବା ବେଳେ ସେହି ସାମଗ୍ରୀକୁ କମ୍ପାନିର ଜଣେ ନିର୍ଦ୍ଦେଶିକା ଗୋପାଳପୁର ଥାନା ବିକ୍ରମପୁର ରକ୍ଷା ବିହାରରେ ଆଣି ରଖିଥିବା ଜଣାପଡିଥିଲା। ଜଗତପୁର ଥାନା ଆଇଆଇସି ଅନିରୁଦ୍ଧ ନାୟକ ଏ ସମ୍ପର୍କରେ ଗୋପାଳପୁର ଥାନାକୁ ଜଣାଇଥିଲେ । ଗୋପାଳପୁର ପୁଲିସ ସହାୟତାରେ ଜଗତପୁର ଆଇଆଇସି ଅନିରୁଦ୍ଧ ନାୟକ ଓ ଟିମ୍ ପହଞ୍ଚି ସେହି ସାମଗ୍ରୀ କୁ ଆଜି ଅପରାହ୍ନରେ ଜବତ କରିଥିଲେ । କିନ୍ତୁ ସାମଗ୍ରୀ ଜବତ ବେଳେ ସେଠାରେ ଉପସ୍ଥିତ ଜଣେ ମହିଳା ନିଜକୁ ବିଜେପି ନେତ୍ରୀ ବୋଲି କହି ପୁଲିସକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ପୁଲିସ ଚୋରି ହୋଇଥିବା ସାମଗ୍ରୀ ସେଠାରୁ ଜବତ କରିଥିଲା। ପୁଲିସ କୁ ଅଟକାଉଥିବା ସଂପୃକ୍ତ ମହିଳା କମ୍ପାନିର ଆଉଜଣେ ନିର୍ଦ୍ଦେଶିକା ବୋଲି ଜଣାପଡିଛି । କଟକ ଯାଉଥିବା ସାମଗ୍ରୀକୁ କୌଣସି ପ୍ରକାରେ ଗୋପାଳପୁରରେ ଓହ୍ଲାଇ ଦେଇଥିବାରୁ ପୁଲିସ ତାହା ଜବତ କରିଛି। ତେବେ ସେଥ‌ିରେ କିଛି ବଟଲ୍ କମ୍ ଥ‌ିବା ଅଭିଯୋଗକାରୀ ପୁଲିସକୁ ଜଣାଇଥିଲେ।ତଦନ୍ତ ପରେ ଏହାର ଅଧୂକ ତଥ୍ୟ ଜଣାପଡିବ ବୋଲି ଜଗତପୁର ଆଇଆଇସି ଶ୍ରୀ ନାୟକ କହିଛନ୍ତି । ଏ ନେଇ ମହିଳା ଜଣକ କହିଛନ୍ତି ୨ ଜଣ ପାଟନର ରହିଥିଲୁ । ମୁଁ ଓ ମୋ ସ୍ୱାମୀର ଉଦ୍ୟମରେ ଏହି ପ୍ରୋଡକ୍ଟକୁ ପ୍ରସ୍ତୁତି କରିଥିଲୁ l ବର୍ତ୍ତମାନ ଏହାର ଚାହିଁଡା ବଢିଯିଵା ପରେ  ପାଟନର ମଧ୍ୟରେ ମନାନ୍ତର ହୋଇଥିଲା । ସେ ଏହାକୁ ନିଜସ୍ୱ କହି ବହୁ ଲାଭବାନ ପାଇବ ବୋଲି ଯୋଜନା କରିଥିଲା ।  ଗୋଦାମରେ ସ୍ଥାନ ନଥିବାରୁ ଏଠାରେ ରଖିଥିବା କହିଛନ୍ତି । ତାହାରି ବିଲ ଦେଖାଇ ଥିଲେ ମଧ୍ୟ୍ୟ ପୁଲିସ ଦେଖିନଥିବା କହିଛନ୍ତି । ପୁଲିସ ପକ୍ଷରୁ ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories