www.samajalive.in
Sunday, December 7, 2025
26.1 C
Bhubaneswar

ବାଂଲାଦେଶକୁ ୪୧ ରନ୍‌ରେ ପରାସ୍ତ କଲା ଭାରତ

ଦୁବାଇ –ବାଂଲାଦେଶକୁ ୪୧ ରନ୍‌ରେ ପରାସ୍ତ କଲା ଭାରତ । ଏସିଆକପ୍‌ କ୍ରିକେଟ୍‌ ସୁପର୪ର ଭାରତ ବାଂଲାଦେଶ ମ୍ୟାଚ୍‌ରେ ଭାରତ ପ୍ରଥମ ବ୍ୟାଟିଂ କରି ୧୬୮ ରନ୍‌ କରିଥିଲା  । ଏହାର ଓପନିଂ ବ୍ୟାଟର ଅଭିଷେକ୍‌ ଶର୍ମା ସର୍ବିଧିକ ୭୫ ରନ୍‌ କରିଥିଲେ । ସେ ୩୭ଟି ବଲ୍‌ରେ ୬ଟି ଚୌକା ଏବଂ ଗୋଟିଏ ଛ ସାହାଯ୍ୟରେ ୭୫ ରନ୍‌ କରିଥିଲେ । ଏହାପରେ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ବ୍ୟତୀତ ଆଉ କେହି ଭଲ ଖେଳ ପ୍ରଦର୍ଶନ କରି ନଥିଲେ । ହାର୍ଦ୍ଦିକ ୩୮ ରନ୍‌ କରିଥିବା ବେଳେ ଶୁଭମନ୍‌ ଗିଲ୍‌ ୨୯ ରନ୍‌ କରିଥିଲେ ।

ବାଂଲାଦେଶ ପକ୍ଷରୁ ରିଶାଦ୍‌ ହୁସେନ୍‌ ଦୁଇଟି. ତାଂଜିମ୍‌ ହାସନ୍‌ , ମୁସ୍ତାଫିଜୁର ଓ ଶାଫୁଦୁଦିନ୍‌ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

- Advertisement -

ବାଂଲାଦେଶର ଓପନିଂ ବ୍ୟାଟର ସୈଫ୍‌ ହାସନ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ସେ ୫୧ଟି ବଲ୍‌ରୁ ୬୯ ରନ୍‌ ସଂଗ୍ରହ କରିଥିଲେ । ପରଭେଜ୍‌ ହୁସେନ୍‌ ୨୧ ରନ୍‌ କରିଥିଲେ । ବାଂଲାଦେଶର ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ସ୍ପର୍ଶ କରିପାରି ନଥିଲେ ।

କୁଳଦୀପ ଜାଦବ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ଜଶ୍‌ପ୍ରୀତ୍‌ ବୂମରାହ୍‌ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ୱିକେଟ୍‌ ଅକ୍ତିଆର କରିଥିଲେ । ଅକ୍ଷରପଟେଲ୍‌ ଓ ତୀଳକ ବର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ । ବାଂଲାଦେଶ ୧୯.୩ ଓଭର୍‌ରେ ୧୨୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories