www.samajalive.in
Sunday, December 7, 2025
13.1 C
Bhubaneswar

ସାପ କାମୁଡାରେ ମାଆ, ପୁଅ ମୃତ

ବଣାଇ:  ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ବଡଚୂଆଁ ଗାଁ ଆଜି ଭୋରୁ ସାପ କାମୁଡାରେ ମା’ ପୁଅଙ୍କର ମୃତ୍ୟୁ ହୋଇଛି। ବଡଚୁଆଁ ଗାଁର ରଥ କୁଲୁ ଘରେ ଖଟିଆରେ ଶୋଇଥିବାବେଳେ ତାଙ୍କ ସ୍ତ୍ରୀ ତୁଳସୀ କୁଲୁ ଏବଂ ଚାରି ବର୍ଷର ଶିଶୁ ପୁତ୍ର ଅବିନାଶ ତଳେ ଶୋଇଥିଲେ। ଭୋର ୩ଟା ବେଳେ ଏକ ବିଷାକ୍ତ ସାପ ମା’ ପୁଅଙ୍କୁ କାମୁଡ଼ି ଦେଇଥିଲା।

ସାପ କାମୁଡି ଦେଇ ଥିବା ଜାଣି ପାରି ତୁଳସୀ ଙ୍କ ସ୍ବାମୀ ଉଭୟଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁ ପୁତ୍ରର ମୃତ୍ୟୁ ବଣାଇ ଡାକ୍ତରଖାନା ରେ ହୋଇଥିବା ବେଳେ ତୁଳସୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ପଠା ଯାଇଥିଲା। ଚିକିତ୍ସା ପାଇଁ ଯାଉଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଘଟଣାକୁ ନେଇ ବଡ଼ଚୁଆ ଗାଁରେ ଶୋକର ଛାୟା ଖେଳି ଯାଇଛି। ତେବେ ଦୁଇ ମାସରେ ସାପ କାମୁଡାରେ ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହେଲାଣି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories