ସମାଜ ଡିଜିଟାଲ ଡେସ୍କ: ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରେ ଗୃହରେ କଂଗ୍ରେସ ବିଧାୟକମାନେ ନାରାବାଜି କରିଛନ୍ତି । ଅହେତୁକ ବୃଦ୍ଧି ପାଇଥିବା ନାରୀ ନିର୍ଯାତନା ଓ ଅପରାଧ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ଗୃହ ମଧ୍ୟ ଭାଗକୁ ଆସି କଂଗ୍ରେସର ହୋହାଲ୍ଲା। ହାତରେ ପ୍ଲାକାର୍ଡ଼ ଧରି ସ୍ଲୋଗାନ୍ ଦେଇଛନ୍ତି କଂଗ୍ରେସର ୧୪ ଜଣ ବିଧାୟକ ।
ନାରୀ ସୁରକ୍ଷା ଆମର ଦାବି, ରାଜ୍ୟ ସରକାର ହାଏ ହାଏ ସ୍ଲୋଗାନ୍ ଦେଉଛନ୍ତି କଂଗ୍ରେସ ବିଧାୟକ । ଏହାରି ଭିତରେ ଜାରି ରହିଛି ପ୍ରଶ୍ନଉତ୍ତର କାଳ । ବିଜେଡି ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ।



