www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ୟାକ୍ସ ଠକେଇରୁ ବଂଚିବା ପାଇଁ ଫୋନପେ ର ସଚେତନତା

ଭୁବନେଶ୍ୱର : ଆଇଟିଆର ଫାଇଲିଂ ସିଜନର ଆରମ୍ଭ ହେବା ସହିତ ଟ୍ୟାକ୍ସ ଠକେଇର ଶିକାର ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ । ସାଇବର ଅପରାଧୀମାନେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ, ଆଗକୁ ଥିବା ଡେଡଲାଇନ, ଏବଂ ଟ୍ୟାକ୍ସ ରିଫଣ୍ଡର ଉତ୍ସାହକୁ ବିଶେଷ ଭାବରେ ବ୍ୟବହାର କରି ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ବ୍ୟକ୍ତିଗତ ସୂଚନା ପ୍ରକାଶ କରିବା, କ୍ଷତିକାରକ ଲିଙ୍କ ଉପରେ କ୍ଲିକ କରିବା, କିମ୍ବା ନକଲି ଫି ଦେବା ପାଇଁ ଠକିଥାନ୍ତି । ଏହା ୟୁଜରମାନଙ୍କୁ ଫିସିଂ ପ୍ରୟାସର ସମ୍ମୁଖୀନ କରାଇପାରେ, ଯାହା ସମ୍ଭବତଃ ପରିଚୟ ଚୋରି କିମ୍ବା ଆର୍ôଥକ କ୍ଷତିର କାରଣ ହୋଇପାରେ ।
ଟ୍ୟାକ୍ସ ଠକେଇ କ୍ଷେତ୍ରରେ, ଅପରାଧୀମାନେ ନିଜକୁ ଟ୍ୟାକ୍ସ ପ୍ରୋଫେସନାଲ, ସରକାରୀ ସଂସ୍ଥା କିମ୍ବା ରିଫଣ୍ଡ ସେବା ପ୍ରଦାନକାରୀ ଭଳି ବିଶ୍ୱସ୍ତ ସଂସ୍ଥାର ପରିଚୟ ଦେଇ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ, ଟଙ୍କା କିମ୍ବା ଟ୍ୟାକ୍ସ ରିଫଣ୍ଡ ଚୋରିକରିବାକୁ ଚେଷ୍ଟା କରିଥାନ୍ତି । ଏହି ଠକମାନେ କରଦାତାଙ୍କୁ ଭୟଭୀତ କରାଇ, ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରି କିମ୍ବା ଆକର୍ଷଣୀୟ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଗୋପନୀୟ ତଥ୍ୟ କିମ୍ବା ଟଙ୍କା ହାତେଇବା ପାଇଁ ଠକାମିର ଆଶ୍ରୟ ନେଇଥାଆନ୍ତି । ଯେପରିକି, ଯେତେବେଳେ ଆପଣ ଠକମାନଙ୍କ ସହ କଥାବାର୍ତାଆରମ୍ଭ କରନ୍ତି, ସେମାନେ “ଭେରିଫିକେସନ” ବାହାନାରେ ଆପଣଙ୍କୁ ପ୍ୟାନ, ଆଧାର, ଜନ୍ମ ତାରିଖ, ବ୍ୟାଙ୍କ ଆକାଉଂଟ ନମ୍ବର, ୟୁପିଆଇ ଆଡିଇ, କାର୍ଡ ବିବରଣୀ କିମ୍ବା ଓଟିପି ପରି ସମ୍ବେଦନଶୀଳ ସୂଚନା ମାଗିଥାନ୍ତି । ସେମାନେ ଆପଣଙ୍କୁ ୟୁପିଆଇ, ଗିଫ୍ଟ କାର୍ଡ କିମ୍ବା ୱାଲେଟ ମାଧ୍ୟମରେ ତୁରନ୍ତ ପେମେଂଟ କରିବାକୁ ମଧ୍ୟ କହିପାରନ୍ତି । ଯାହାଫଳରେ ଯଦି ଆପଣ ଠକଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶ ପାଳନ କରନ୍ତି, ତେବେ ଆପଣ ଟଙ୍କା ହରାଇପାରନ୍ତି, ଆପଣଙ୍କ ପରିଚୟ ଚୋରି ହୋଇପାରେ, ଏବଂ ଠକ ଆପଣଙ୍କ ସହିତ ଆଉ ଯୋଗାଯୋଗ କରିବେ ନାହିଁ ।

ଏହିଭଳି ଠକେଇରୁ ଗ୍ରାହକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଫୋନପେ’ର ସାଇବର ସୁରକ୍ଷା ବିଶେଷଜ୍ଞମାନେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । କରଦାତାମାନେ ଠକାମି ସୋର୍ସକୁ ଯାଂଚ କରି ଏହି ଠକେଇରୁ ନିଜକୁ ସୁରକ୍ଷିତ ରଖିପାରିବେ । ସରକାରୀ ଟ୍ୟାକ୍ସ ସୂଚନା ଅଶକ୍ଟଙ୍ଖ.ସଦ୍ଭ ରେ ଶେଷ ହେଉଥିବା ଇମେଲ ଆଡ୍ରେସରୁ ଆସିଥାଏ । ଆୟକର ବିଭାଗ କେବେବି ଏସଏମଏସ କିମ୍ବା ଫୋନ କଲ ମାଧ୍ୟମରେ ବ୍ୟକ୍ତିଗତ ସୂଚନା ମାଗେ ନାହିଁ । ସେମାନେ ଟ୍ୟାକ୍ସ ଫାଇଲ କରିବା ପାଇଁ କେବଳ ସଦ୍ଭମକ୍ଟଜ୍ଞରଗ୍ଧବଙ୍ଘ.ଶକ୍ଟଙ୍ଖ.ସଦ୍ଭ ଭଳି ବିଶ୍ୱସ୍ତ ପ୍ଲାଟଫର୍ମ କିମ୍ବା ବିଶ୍ୱସ୍ତ ପ୍ରଫେସନାଲଙ୍କ ମାଧ୍ୟମରେ କରିବା ଉଚିତ । ଯେକୌଣସି ଅପରିଚିତ ୱେବସାଇଟ କିମ୍ବା ବିନା ଅନୁରୋଧରେ ଆସିଥିବା ଲିଙ୍କକୁ କଦାପି ବ୍ୟବହାର କରନ୍ତୁ ନାହିଁ । ଆହୁରି ମଧ୍ୟ, ନିଜର ଓଟିପି କିମ୍ବା ପାସୱାର୍ଡ କେବେବି କାହା ସହିତ ସେୟାର ନାହିଁ, କାରଣ ଆୟକର ଅଧିକାରୀମାନେ ଓଟିପି, ପିନ କିମ୍ବା ବ୍ୟାଙ୍କିଂ ପାସୱାର୍ଡ କେବେ ମାଗନ୍ତି ନାହିଁ । ଏହା ବ୍ୟତୀତ, ନୂତନ ଆଂଟିଭାଇରସ ଏବଂ ଆଂଟି-ମାଲୱେର ପ୍ରୋଗ୍ରାମ ବ୍ୟବହାର କରି ନିଜର ସମସ୍ତ ସଫ୍ଟୱେର, ବିଶେଷକରି ଟ୍ୟାକ୍ସ ଫାଇଲିଂ ସଫ୍ଟୱେର ଏବଂ ଫାଇନାନ୍ସିଆଲ ଆପଗୁଡ଼ିକୁ ସବୁବେଳେ ଅପଡେଟ ରଖନ୍ତୁ ।

- Advertisement -

ଯଦି ଆପଣ ଫୋନପେ ରେ ଏଭଳି କୌଣସି ଠକେଇର ଶିକାର ହୋଇଛନ୍ତି, ତେବେ ଆପଣ ତୁରନ୍ତ ଫୋନପେ ଆପରେ, କିମ୍ବା ୦୮୦–୬୮୭୨୭୩୭୪ / ୦୨୨–୬୮୭୨୭୩୭୪ କଷ୍ଟମର କେୟାର ନମ୍ବରରେ କଲ କରି, କିମ୍ବା ଫୋନପେ ର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଠକେଇ ବିଷୟରେ ରିପୋର୍ଟ କରିପାରିବେ । ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଫ୍ରଡ ଅଭିଯୋଗ ରିପୋର୍ଟ କରିପାରିବେ କିମ୍ବା https://www.cybercrime.gov.in/v ରେ ଅନଲାଇନରେ ଏକ ଅଭିଯୋଗ ରେଜିଷ୍ଟର କରିପାରିବେ, କିମ୍ବା ୧୯୩୦ ରେ ସାଇବର କ୍ରାଇମ ସେଲ ହେଲ୍ପଲାଇନକୁ ସମ୍ପର୍କ କରିପାରିବେ । ଆପଣ ସଂଚାର ସାଥୀ ପୋର୍ଟାଲରେ ଥିବା ଚକ୍ଷୁ ସୁବିଧା ମାଧ୍ୟମରେ ସନ୍ଦେହଜନକ ମେସେଜ, କଲ, କିମ୍ବା ହ୍ୱାଟସଆପ ଫ୍ରଡ ରିପୋର୍ଟ କରି ଦୂରସଞ୍ଚାର ବିଭାଗ (ଡିଓଟି) କୁ ମଧ୍ୟ ସମ୍ପର୍କ କରିପାରିବେ । ଆପଣ ଫୋନପେ ଗ୍ରିଭାନ୍ସ ପୋର୍ଟାଲରେ ମଧ୍ୟ ଏକ ଅଭିଯୋଗ ଦାଖଲ କରିପାରିବେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories