www.samajalive.in
Sunday, December 7, 2025
13.1 C
Bhubaneswar

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କଲମପୁର : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବୁଡି ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦ୍ରୋଣ ବାଗ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତ ସୋମବାର ଅପରାହ୍ନରେ ତାଳପଦର ଗାଁର ୬୨ ବର୍ଷିୟ ବୃଦ୍ଧ ଦ୍ରୋଣ ବାଗ ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ଶୌଚ ପାଇଁ ଯାଇଥିଲେ । ସେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ପରିବାର ଲୋକେ ଦ୍ରୋଣଙ୍କ ଘରକୁ ଫେରିବାରେ ବିଳମ୍ବ ଦେଖି କେନାଲ ପଟକୁ ଖୋଜିବା ପାଇଁ ଯାଇଥିଲେ । ଦ୍ରୋଣର କୌଣସି ସନ୍ଧାନ ମିଳିନଥିଲା । କିନ୍ତୁ କେନାଲ ହୁଡାରେ ତାଙ୍କ ଗାମୁଛା ଏବଂ ଚପଲ ପଡିଥିବାରୁ କେନାଲ ପାଣିରେ ବୁଡିଯାଇଥିବା ସନ୍ଦେହ କରି ତାଙ୍କ ସମ୍ପର୍କୀୟ ଧିରୋଜ ବାଗ ତୁରନ୍ତ ଚିଲିଗୁଡା ପୁଲିସ ଫାଣ୍ଡି ସମେତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଜୁନାଗଡ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବୃଦ୍ଧଙ୍କୁ ଖୋଜିଥିଲେ । କିନ୍ତୁ କେନାଲରେ ଅଧିକ ପାଣି ପ୍ରବାହିତ ହେଉଥିବା ସହ ସଂଧ୍ୟା ହେଇଯାଇଥିବାରୁ ଅନ୍ଧାରରେ ଖୋଜିବାରେ ବାଧା ସୃଷ୍ଟି ହେଇଥିଲା ।  ମଙ୍ଗଳବାର ସକାଳୁ କଲମପୁର ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଅନିଲ ବାରିକଙ୍କ ନେତୃତ୍ୱରେ ଡିସେମ୍ବର ବୁଡେକ, ଲଳିତ ପଟେଲ, ଦୁର୍ଜ୍ୟୋଧନ ଜଗତ ଏବଂ ସଦନ ପ୍ରଧାନ  ପ୍ରମୁଖ କର୍ମଚାରୀ କେନାଲ ଭିତରେ ପଶି ଖୋଜିବା ଆରମ୍ଭ କରିଥିଲେ । ମୃତଦେହକୁ ଉଦ୍ଧାର କରିବା ପରେ ପରିବାର ଲୋକଙ୍କ  ସହଯୋଗରେ କେନାଲ ଉପରକୁ ଆଣିଥିଲେ ।  ଘଟଣାସ୍ଥଳରେ ଉପସ୍ଥିତ ଥିବା ଚିଲିଗୁଡା ପୁଲିସ ଫାଣ୍ଡି ଅଧିକାରୀ ମୀନକେତନ ଶବରକୁ ଶବ ହସ୍ତାନ୍ତରିତ କରିଥିଲେ । ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories