www.samajalive.in
Sunday, December 7, 2025
16.1 C
Bhubaneswar

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ: ପ୍ରାଥମିକ ରିପୋର୍ଟ ସାର୍ବଜନୀନ କରାଯିବା ଦୁର୍ଭାଗ୍ୟଜନକ

ନୂଆଦିଲ୍ଲୀ: ଗୁଜରାଟରେ ଦୁର୍ଘଟଣାଗ୍ରସ୍ତ ଲଣ୍ଡନଗାମୀ ଏୟାର ଇଣ୍ଡିଆର ବିମାନ ପ୍ରାଥମିକ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହିତ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ବିମାନ ଦୁର୍ଘଟଣାର ତଦନ୍ତ କରି ଏହାର ପ୍ରାଥମିକ ରିପୋର୍ଟରେ ଦୁର୍ଘଟଣା ପାଇଁ ପାଇଲଟ୍‌ଙ୍କୁ ଦାୟୀ କରିଥିଲା। ତେବେ ଏପରି ତଦନ୍ତ ରିପୋର୍ଟର ବୈଧତାକୁ ଚାଲେଞ୍ଜ କରିବା ପୂର୍ବକ ସେଫଟି ମ୍ୟାଟର୍ସ ଫାଉଣ୍ଡେସନ ପକ୍ଷରୁ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି କରି ବିଚାରପତି ସୂର୍ଯ୍ୟ କାନ୍ତ ଓ ବିଚାରଚପତି ଏନ୍ କୋଟୀଶ୍ବର ସିଂହ କେନ୍ଦ୍ର ସରକାର ଓ ଡିଜିସିଏକୁ ନୋଟିସ୍ ଜାରି କରିଛନ୍ତି।

 

- Advertisement -

ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତି ବଢିଥିଲେ ଯେ ବିମାନ ଦୁର୍ଘଟଣାର ୧୦୨ ଦିନ ବିତିସାରିଥିବାବେଳେ ଘଟଣାର ସ୍ପଷ୍ଟତା ଆସିପାରି ନାହିଁ। କେଉଁ କାରଣ ପାଇଁ ବିମାନ ଦୁର୍ଘଟଣା ଘଟିଲା ତାକୁ ନେଇ ଲୋକ ଏବେ ଦ୍ବନ୍ଦ୍ବରେ ରହିଛନ୍ତି। ଏହା ସହିତ ବିମାନ ଦୁର୍ଘଟଣା ଉପରେ ତଦନ୍ତ କରିଥିବା ୫ଜଣିଆ କମିଟି ମଧ୍ୟରୁ ୩ଜଣ ଡିଜିସିଏ କର୍ମଚାରୀ। ତେଣୁ ରିପୋର୍ଟର ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ନିରପେକ୍ଷ ତଦନ୍ତ ଦାବି କରାଯିବା ଯଥାର୍ଥ। ମାତ୍ର ତଦନ୍ତ ଶେଷ ପୂର୍ବରୁ ସମସ୍ତ ତଥ୍ୟକୁ ସାର୍ବଜନୀନ କରାଯିବା ଉଦ୍‌ବେଗର ବିଷୟ। ଡିଜିଟାଲ ଫ୍ଲାଇଟ ଡାଟା ରେକର୍ଡର (ଡିଏଫ୍‌ଡିଆର) ଓ କକ୍‌ପିଟ୍ ଭଏସ୍ ରେକର୍ଡର (ସିଭିଆର)କୁ ସାର୍ବଜନୀନ କରିବାକୁ ମଧ୍ୟ ଦାବି କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories