www.samajalive.in
Tuesday, December 9, 2025
26.1 C
Bhubaneswar

ଶୁଭମିତ୍ରା ହତ୍ୟାକାଣ୍ଡ; ରିମାଣ୍ଡରେ ଯିବ ଦୀପକ

ଭୁବନେଶ୍ବର: ଟ୍ରାଫିକ୍‌ କନ‌େ‌ଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା‌ ତଦନ୍ତକୁ କ୍ରିୟାଶୀଳ କରୁଛି କମିସନରେଟ ପୁଲିସ। ତଦନ୍ତ ଆଗେଇବା ପରେ ଦୀପକର ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଦୀପକ ୩୬ ଲକ୍ଷ ଟଙ୍କାରେ ଜମି କିଣିବାକୁ ଡିଲ୍‌ କରିଥିଲା। ଶୁଭମିତ୍ରାଙ୍କଠାରୁ ୫ଲକ୍ଷ ଟଙ୍କା ଆଣି ଅଗ୍ରିମ ଦେଇ କାଗଜପତ୍ର କରିଥିଲା। ଶୁଭମିତ୍ରାଙ୍କ ନାମରେ ୧୦ ଲକ୍ଷ ଟଙ୍କା ଋଣ ନେବାକୁ ଆବେଦନ କରିଥିଲେ। ଉକ୍ତ କାଗଜପତ୍ରଗୁଡ଼ିକୁ ଜବତ କରିଛି କମିସନରେଟ ପୁଲିସ। ଏଥିସହ ଦୀପକର ୩ଟି ଆକାଉଣ୍ଟ ଠାବ ହୋଇଛି। ସେଥିରେ ଲକ୍ଷ ଲକ୍ଷ ଟଙ୍କା ନେଣଦେଣ ହୋଇଥିବା ଜଣାପଡ଼ିଛି। ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା‌ କରି ଦୁର୍ଘଟଣା ରୂପ ଦେବା ଘଟଣାରେ ପ୍ରମାଣ ଯୋଗାଡ଼ ଜାରି ରହିଛି।

 

- Advertisement -

ଅପର୍ଣ୍ଣାଙ୍କ ପରିବାର ଲୋକଙ୍କ ସମେତ ୨୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇ ତଦନ୍ତ ପରିସରଭୁକ୍ତ କରାଯାଇଛି। ପୁରୁଣା ଫାଇଲ ଖୋଲି ପୁନଃ ତଦନ୍ତ ହୋଇଛି। ଦୁର୍ଘଟଣା ମାମଲାରେ ସାକ୍ଷୀ ପଡ଼ିଥିବା ବ୍ୟକ୍ତିଙ୍କୁ ଜେରା କରି ବୟାନ ସଂଗ୍ରହ ହୋଇଛି। ଖୁବ୍‌ଶୀଘ୍ର ଖୁଣ୍ଟୁଣୀ ଥାନା ପୁଲିସ ଦୀପକକୁ ରିମାଣ୍ଡରେ ନେଇ ଜେରା କରିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ସେହିପରି ଶୁଭମିତ୍ରା ହତ୍ୟାକାଣ୍ଡ ମାମଲାରେ କେସ୍‌ ଡାଏରୀ ଓ ଚାର୍ଜସିଟ୍‌ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇଦିନ ମଧ୍ୟରେ ରାଜ୍ୟ ଅପରାଧବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ପଠାଯାଇଥିବା ନମୁନାଗୁଡ଼ିକର ରିପୋର୍ଟ ଆସିବ। ଏହି ରିପୋର୍ଟଗୁଡ଼ିକ କ୍ରାଇମ୍‌ବ୍ରାଞ୍ଚର ଫୋରେନସିକ୍ ଦଳ ସହାୟତାରେ ଫୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବେ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories