ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀରେ ଜଣେ ଯୁବକ ପାକିସ୍ତାନ ଜିନ୍ଦାବାଦ କହି ଛେଚା ଖାଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରି ଛାଡ଼ିଦେଇଛି। ସୂଚନା ଅନୁଯାୟୀ, ଯୁବକ ଜଣକ ନିଜ ବାଲକୋନୀରେ ଛିଡ଼ା ହୋଇ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଥିଲେ। ସ୍ଥାନୀୟ ଲୋକମାନେ ଏହା ଶୁଣିବା ପରେ ପ୍ରଚଣ୍ଡ ରାଗିଯାଇଥିଲେ। ସେମାନେ ତାଙ୍କ ନିକଟକୁ ଯାଇ ଏଭଳି କରିବାକୁ ବାରଣ କରିଥିଲେ। କିନ୍ତୁ ସମ୍ପୃକ୍ତ ଯୁବକ ଅଧିକ ଜୋରରେ ପାଟି କରି ପାକିସ୍ତାନ ଜିନ୍ଦାବାଦ କହିଥିଲେ। ଏହା ପରେ ଲୋକମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏପରି କି ମାଡ଼ ମରାଯିବାର ଦୃଶ୍ୟକୁ ରେକର୍ଡ କରି ଭାଇରାଲ କରିଦେଇଥିଲେ।
Popular Categories



