www.samajalive.in
Sunday, December 7, 2025
18.1 C
Bhubaneswar

ପୁଣି ବାଦଲଫଟା ବର୍ଷାରେ ଧୋଇଗଲା କଳିଙ୍ଗା ଘାଟି ରାସ୍ତା

କନ୍ଧମାଳ:  ପୁଣି ବାଦଲ ଫଟା ବର୍ଷାରେ କଳିଙ୍ଗା ଘାଟି ରାସ୍ତା ଧୋଇହୋଇଯାଇଛି। ପାହାଡରୁ ପ୍ରବଳ ବର୍ଷା ପାଣି ଆସିବାରୁ ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ଧୋଇ ହୋଇଯାଇଛି। ଗତ ସେପ୍ଟେମ୍ବର ୧୬ ତାରିଖରେ କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଏବଂ ପଥର ଖଣ୍ଡ ଧସିଯାଇଥିଲା। ଫଳରେ କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଭୂସ୍ଖଳନ ଯୋଗୁଁ କଳିଙ୍ଗା ଘାଟିରେ ବହୁ ଗାଡ଼ିମୋଟର ଫସି ରହିଥିଲା। ସେପ୍ଟେମ୍ବର ୧୮ ତାରିଖରେ ୩ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଥିଲା। ମାତ୍ର ସୋମବାର ପୁର୍ନବାର ବାଦଲ ଫଟା ବର୍ଷା ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ସବୁକୁ ଧୋଇନେଇଯାଇଛି। ତେବେ ଭୂସ୍ଖଳନ ପରଠାରୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories