www.samajalive.in
Sunday, December 7, 2025
23.1 C
Bhubaneswar

୨୭ରେ ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ପଡିଆ ପରିଦର୍ଶନ କଲେ ସୁରେଶ ଓ ମନମୋହନ

ସମ୍ବଲପୁର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୭ ତାରିଖରେ ଓଡିଶା ଗସ୍ତରେ ଆସୁଥିବା ବେଳେ ବ୍ରହ୍ମପୁର ଠାରେ ସରକାରୀ କାର‌୍ୟ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଥିଲା । ହେଲେ ଲଘୁଚାପ ଜନିତ ବର୍ଷା ଓ ପାଗ ଖରାପ ରହିବାର ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଥିବାରୁ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି  । ମୋଦୀ ୨୭ ତାରିଖରେ ଝାରସୁଗୁଡାକୁ ଆସିବେ ବୋଲି ଜଣାପଡିଛି । ରବିବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ସଚିବ ମାନସ ମହାନ୍ତି ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ଅପରାହ୍ନରେ ଝାରସୁଗୁଡା ଗସ୍ତରେ ଯାଇଥିଲେ ।
ଝାରସୁଗୁଡାରେ ରାଜ୍ୟ ସଭାପତି ଶ୍ରୀ ସାମଲ, ରାଜ୍ୟ ଉପ ସଭାପତି ତଥା ପୁର୍ବତନ ବିଧାୟକ ନାଉରୀ ନାଏକ, ଝାରସୁଗୁଡା  ବିଧାୟକ ଟଙ୍କଧର ତ୍ରିପାଠୀ, ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ ଙ୍କ ସମେତ ଜିଲା ପ୍ରଶାସନର ଅଧିକାରୀ ଓ ବିଜେପି କାର‌୍ୟ୍ୟକର୍ତ୍ତାମାନଙ୍କ ସହିତ ବୈଠକ କରି ଆଲୋଚନା କରିଛନ୍ତି । ଏଥିସହ ଝାରସୁଗୁଡା ବିମାନବନ୍ଦର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ପଡିଆରେ ଜନତାଙ୍କୁ ସମ୍ବୋଧନ କରିବେ, ଉକ୍ତ ପଡିଆକୁ ମଧ୍ୟ ରାଜ୍ୟ ସଭାପତି ପରିଦର୍ଶନ କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories