www.samajalive.in
Sunday, December 7, 2025
26.1 C
Bhubaneswar

ଟିକିରି ପୋଲିସକୁ ସଫଳତା, ୩ ଡକାୟତଙ୍କୁ ଧରିବାକୁ ଲାଗିଗଲା ୬ ମାସ, ମାତ୍ର ଜବତ ହୋଇପାରିଲାନି ୧.୮ ଲକ୍ଷ ଟଙ୍କା

ରାୟଗଡ଼ା: ରାୟଗଡ଼ା ଜିଲା ଟିକିରି ପୁଲିସକୁ ସଫଳତା । ଗତ ମାର୍ଚ୍ଚ ମାସରେ ହୋଇଥିବା ଏକ ଡକାୟତି ଘଟଣାର ପର୍ଦ୍ଦଫାସ କରିଛି ପୁଲିସ । ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୪ ତୋଳାର ମଙ୍ଗଳସୂତ୍ର, କାନ ଫୁଲ ସହ ୫ ମୋବାଇଲ ଫୋନ, ଟାବଲେଟ୍ ଆଦି ଜବତ କରିଛି। ତେବେ ଚୋରି ହୋଇଥିବା ୧.୮ ଲକ୍ଷ ଟଙ୍କା ଜବତ କରିପାରିନି ପୁଲିସ। ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ନାବାଳକୁ ପୁଲିସ ସ୍ବଧାର ଗୃହକୁ ପଠାଯାଇଥିବା ରାୟଗଡ଼ା ଏସପି ସ୍ବାତି ଏସ.କୁମାର ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ପ୍ରକାରେ, ଗତ ମାର୍ଚ୍ଚ ୧୫ ତାରିଖ ରାତିରେ କାଶୀପୁର ବ୍ଲକର ଟିକିରି ସୁନାମୁଦି ସାହିରେ ରହୁଥିବା ସୁଶାନ୍ତ ନାଗଙ୍କ ପରିବାର ଲିଲାବାଡି ଯାତ୍ରା ଦେଖିବାକୁ ଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ଘରର କବାଟ ଭାଙ୍ଗି ଘରେ ଥିବା ୧.୮ ଲକ୍ଷ ଟଙ୍କା, ୪ ତୋଳାର ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ କାନଫୁଲ, ମୋବାଇଲ ଫୋନ, ଟାବଲେଟ୍, ଗୋଟିଏ ଆଇରନ ଲକର ନେଇ ଚାଲିଯାଇଥିଲେ। ଘଟଣାରେ ଜଣେ ନାବାଳକଙ୍କ ସମେତ ୩ ଜଣ ସଂପୃକ୍ତ ଥିଲେ । ସେମାନେ ଧରାପଡିବା ଭୟରେ ସିସିଟିଭିର ତାର ମଧ୍ୟ କାଟି ଦେଇଥିଲେ। ଆଇରନ ଲକରରୁ କିଛି ନମିଳିବାରୁ ତାକୁ ନିକଟସ୍ଥ ଏକ କେନାଲରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଏ ନେଇ ୧୬ ତାରିଖ ରାତିରେ ସୁଶାନ୍ତ ଟିକିରି ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ବିଶ୍ବବନ୍ଦିନୀ ବାଗଙ୍କ ନେତୃତ୍ବରେ ଏହାର ତଦନ୍ତ ଆରମ୍ଭ କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories