www.samajalive.in
Sunday, December 7, 2025
13.1 C
Bhubaneswar

ଯୁବକଙ୍କୁ ମାଡ ମାରି ଅପହରଣ

ସମ୍ବଲପୁର: ସମ୍ବଲପୁରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାର ନାମକ ଜଣେ ଯୁବକଙ୍କୁ ମାଡ ମାରି ଅପହରଣ କରାଯାଇଛି। ମାତ୍ର ମନୋଜ  ଅଭିଯୁକ୍ତମାନଙ୍କ କବଳରୁ ଖସିଆସିବାରେ ସଫଳ ହୋଇଛନ୍ତି। ଅଇଁଠାପାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମନୋଜ ପେଶାରେ ଜଣେ ଟ୍ରାନ୍ସପୋର୍ଟର।

ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଅଇଁଠାପାଲିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ପ୍ରାୟ ୫ ଜଣ ଯୁବକ ଅଚାନକ ତାଙ୍କର କାର୍ଯ୍ୟାଳୟକୁ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିଥିଲେ। ସନ୍ଧ୍ୟା ସାଢ଼େ ୬ଟା ହୋଇଥିବାରୁ ତାଙ୍କର କର୍ମଚାରୀମାନେ ଘରକୁ ଯାଇ ସାରିଥିବା ବେଳେ ସେଠାରେ ଥିବା ଆଉ ୨ ଜଣ କର୍ମଚାରୀ ମଧ୍ୟ ଘରକୁ ଯିବା ପାଇଁ ବାହାରୁଥିଲେ । ସେହି ସମୟରେ ସେମାନେ କାର୍ଯ୍ୟାଳୟକୁ ପ୍ରବେଶ କରି ମନୋଜଙ୍କୁ ପ୍ରବଳ ମାଡ ମାରିବା ସହିତ ଖଣ୍ଡାରେ ଜୀବନରେ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏହା ପରେ ତାଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଘୋଷାଡି ନେଇ ଏକ ଜିପରେ ବସାଇ ଅପହରଣ କରି ନେଇଥିଲେ। ସେମାନେ ଅପହରଣ କରିବା ସମୟରେ ଦାମୀ ସୁନା ମାଳି, ପକେଟରେ ଥିବା ୪୦ ହଜାର ଟଙ୍କା ଏବଂ ୟୁପିଆଇ ମାଧ୍ୟମରେ ୩୦ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ। ଏହି ଘଟଣା ଦେଖି କାର୍ଯ୍ୟାଳୟରେ ଥିବା ୨ କର୍ମଚାରୀ ମନୋଜଙ୍କୁ ଅପହରଣ କରି ନିଆଯାଉଥିବା ଗାଡିକୁ ପିଛା କରିଥିଲେ । ସେମାନେ ବରେଇପାଲି ପର୍ଯ୍ୟନ୍ତ ନେଇ ଯାଇଥିବା ବେଳେ କୌଣସି ମତେ ମନୋଜ ବହିଦାର ସେମାନଙ୍କ କବଳରୁ ଖସି ଆସି ଅଇଁଠାପାଲି ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ମନୋଜଙ୍କୁ ଆକ୍ରମଣ କରି ମାଡ ମାରିବା ଓ ଅପହରଣ କରି ନେବା ସମୟର ସମସ୍ତ ଘଟଣାବଳୀଗୁଡିକ ତାଙ୍କ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି। ଏ ନେଇ ଅଇଁଠାପାଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଆକ୍ରମଣକାରୀମାନଙ୍କୁ ଗୋଡାଇ ଗୋଡାଇ ଧରିବା ସହିତ ପଚରାଉଚୁରା କରୁଥିବାର ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories