www.samajalive.in
Tuesday, December 9, 2025
23.1 C
Bhubaneswar

ପାକିସ୍ତାନରେ ଲୁଚିଛି ମାସୁଦ- ମାନିଲେ ପାକ୍‌ ବୈଦେଶିକ ମନ୍ତ୍ରୀ; କହିଲେ ଅସୁସ୍ଥତା ଯୋଗୁଁ ସେ ଘରୁ ବାହାରି ପାରୁନାହାନ୍ତି

ଇସଲାମାବାଦ: ପାକିସ୍ତାନରେ ଲୁଚିଛନ୍ତି ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାର। ଏକଥା ସ୍ବୀକାର କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶହ ମେହମ୍ମୁଦ କ୍ୟୁରେଶୀ। ପୂର୍ବରୁ ପାକିସ୍ତାନ ଏହାକୁ ବାରମ୍ବାର ଖଣ୍ଡନ କରିଆସୁଥିଲା। ମାସୁଦ ପାକିସ୍ତାନରେ ନାହାନ୍ତି ବୋଲି କହି ଆସୁଥିଲା। କିନ୍ତୁ କ୍ୟୁରେଶୀ ଖବର ସରବରାହ ସଂସ୍ଥା ସିଏନଏନ ସହ ଆଲୋଚନା ବେଳେ ଏହା ମାନିଛନ୍ତି। ସେ ଆହୁରି କହିଛନ୍ତି ଯେ, ମାସୁଦ ଅସୁସ୍ଥ ଅଛନ୍ତି। ତେଣୁ ସେ ଘରୁ ବାହାରି ପାରୁନାହାନ୍ତି।

ଅନ୍ୟପଟେ ପୁଲୱାମା ଆକ୍ରମଣରେ ଜୈଶର ସମ୍ପୃକ୍ତି ନେଇ ଭାରତ ବଳିଷ୍ଠ ପ୍ରମାଣ ଦେଲେ ମାସୁଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କ୍ୟୁରେଶୀ କହିଛନ୍ତି। ଭାରତ ଆଗରୁ ଅନେକ ପ୍ରମାଣ ଦେଇଛି କିନ୍ତୁ ସେଥରେ ଜେଇଏମର ସମ୍ପୃକ୍ତ ନେଇ କୌଣସି ତଥ୍ୟ ନାହିଁ ବୋଲି କ୍ୟୁରେଶୀ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଜୈଶ ସଂଗଠନ ଭାରତରେ ଅନେକ ଆକ୍ରମଣ କରିଛି। ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ମାସୁଦ। ଏ ନେଇ ଭାରତ ବାରମ୍ବାର ପ୍ରମାଣ ଦେଇଆସୁଥିଲେ ହେଁ ପାକିସ୍ତାନ ତାହା  ମାନିବାକୁ ନାରାଜ।

ସିଏନଏନ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କ୍ୟୁରେଶୀ ଆହୁରି କହିଛନ୍ତି ଯେ, ପାକିସ୍ତାନ ଶାନ୍ତି ଚାହେଁ। ତେଣୁ ସେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories