www.samajalive.in
Sunday, December 7, 2025
13.1 C
Bhubaneswar

ପୁଣି ଉତ୍ତରାଖଣ୍ଡର ଚମୋଲୀରେ ବାଦଲ ଫଟା ବର୍ଷା, ପ୍ରକୃତିର ତାଣ୍ଡବ

ଡେରାଡୁନ୍‌ : ଉତ୍ତରାଖଣ୍ଡର ଚମୋଲୀରେ ବୁଧବାର ବିଳମ୍ବିତ ରାତିରେ ୨ଟି ସ୍ଥାନରେ ବାଦଲ ଫଟା ବର୍ଷା କାରଣରୁ ପ୍ରକୃତିର ତାଣ୍ଡବ ପୁଣି ଦେଖିବାକୁ ମିଳିଛି । ଏଭଳି ବାଦଲ ଫଟା ବର୍ଷା ଗୋଟିଏ ସପ୍ତାହରେ ୨ଥର ଘଟିଛି । ଚଳିତ ଥର ଚମୋଲୀର ନନ୍ଦନଗରରେ ବାଦଲ ଫଟା ପ୍ରବଳ ବର୍ଷାରେ ଅତ୍ୟଧିକ କ୍ଷୟକ୍ଷତି ଘଟିଛି । ଲୋକଙ୍କ ଘରେ ପାଣି ଭର୍ତ୍ତି ହେବା ସହ ମାଟି ଅତଡା ମଧ୍ୟ ରହିଛି । ଏଯାଏଁ ୨୫ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦୦ ଲୋକେ ଆହତ, ୨୦୦ ପ୍ରଭାବିତ ସହ ପ୍ରାୟ ୧୪ ଜଣ ନିଖୋଜ ମଧ୍ୟ ରହିଛନ୍ତି ।

ଘଟଣା ବିଷୟରେ ଖବର ପାଇ ପୁଲିସ, ଉଦ୍ଧାରକାରୀ ଦଳ, ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ନନ୍ଦନଗରର କୁନ୍ତରୀ ଓ ଲଙ୍ଗଫଲୀରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଛି । ଏହି ଘଟଣା ପରେ ବଦ୍ରିନାଥ ରାଜପଥକୁ ବନ୍ଦ କରାଯାଇଛି ।

ସେପ୍ଟେମ୍ବର ୨୧ରେ ସୂର୍ଯ୍ୟପରାଗ.. ଜାଣନ୍ତୁ ଭାରତରେ ଦୃଶ୍ୟମାନ କି ନୁହେଁ: କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର, ଚାକିରି ଠାରୁ ଆରମ୍ଭ କରି ଜୀବନରେ ମିଳିବ ଅନେକ ଖୁସି..

- Advertisement -

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଚାମୋଲି ଜିଲ୍ଲାର ନନ୍ଦନଗର ଘାଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ସେ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ସହ କଥା ହୋଇ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଆହତଙ୍କ ଚିକିତ୍ସା ଏବଂ ରିଲିଫ୍ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗକୁ ତୁରନ୍ତ ପ୍ରଭାବିତ ଅଞ୍ଚଳ ଯାଞ୍ଚ କରିବାକୁ କୁହାଯାଇଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories