www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ଖୁଲାସା କରିଲେ ରାହୁଲ: କହିଲେ କର୍ଣ୍ଣାଟକରେ . . .

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଆଉ ଏକ ଖୁଲାସା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି । ଦିଲ୍ଲୀର ଇନ୍ଦିରା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଅଭିଯୋଗ କରିଛନ୍ତି ଯେ କର୍ଣ୍ଣାଟକରେ ୬୦୧୮ ଭୋଟ ଡିଲିଟ୍‍ କରିବାକୁ ଚେଷ୍ଟା କରାଯାଇଥିଲା । ରାହୁଲ କହିଛନ୍ତି ଯେ ମୁଁ ଦୃଢ ପ୍ରମାଣ ସହିତ କହୁଛି । ପ୍ରମାଣ ସହିତ କଥା ଉପସ୍ଥାପନ କରିବି । ଆମର ସମ୍ବିଧାନକୁ ରକ୍ଷା କରିବି ।

କର୍ଣ୍ଣାଟକର ଅଲନ୍ଦାରେ ଭୋଟରଙ୍କ ନାମରେ ୬.୦୧୮ଟି ଆବେଦନ ଦାଖଲ କରାଯାଇଥିଲା । ଯେଉଁମାନେ ଏହି ଆବେଦନ ଦାଖଲ କରିଥିଲେ ସେମାନେ ପ୍ରକୃତରେ କେବେ ଫାଇଲ କରିନଥିଲେ । ଏହି ଆବେଦନଗୁଡିକ ସଫ୍ଟୱେର୍‍ ବ୍ୟବହାର କରି ସ୍ୱୟଂଚାଳିତ ଭାବରେ ଦାଖଲ କରାଯାଇଥିଲା । କଂଗ୍ରେସ ଭୋଟର ମାନଙ୍କୁ ଟାର୍ଗେଟ କରି ଅଲନ୍ଦାରେ ନମ୍ବର ଡିଲିଟ୍‍ କରିବା ପାଇଁ କର୍ଣ୍ଣାଟକ ବାହାରେ ବିଭିନ୍ନ ରାଜ୍ୟର ମୋବାଇଲ୍‍ ନମ୍ବର ବ୍ୟବହାର କରାଯାଇଥିଲା ।
ଅଗଷ୍ଟ ୭ରେ ରାହୁଲ ଅଭିଯୋଗ କରିଥିଲେ ଯେ ଅନେକ ରାଜ୍ୟରେ ଭୋଟ ଚୋରି ହୋଇଛି । ବିହାରରେ ଏକ ଭୋଟର ଅଧିକାର ଯାତ୍ରା କରିଥିଲେ ରାହୁଲ ।

- Advertisement -

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories