www.samajalive.in
Tuesday, December 9, 2025
26.1 C
Bhubaneswar

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଅଙ୍କକଷା

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ପରେ ସେଠାରେ ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି। ଦୀର୍ଘ ୨୪ବର୍ଷ ପରେ ୨୦୨୪ ସାଧାରଣ ନିର୍ବାଚନରେ ସରକାର ପରିବର୍ତ୍ତନ ହୋଇଥିବାରୁ ନୂଆପଡ଼ା ଉପନିର୍ବାଚନ ତିନି ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରସଙ୍ଗ। ବିଜେପି ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ସରକାର ଲୋକଙ୍କ ସରକାର ବୋଲି କହୁଛନ୍ତି। ତେଣୁ ଏହା ତାଙ୍କୁ ପ୍ରମାଣିତ କରିବାକୁ ପଡ଼ିବ। ସେହିପରି ବିଜେଡି ସାଧାରଣ ନିର୍ବାଚନରେ କ୍ଷମତାରୁ ଗାଦିଚ୍ୟୁତ ହୋଇଛି। ଦଳର ଜଣକ ପରେ ଜଣେ ନେତା ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଏବଂ ସଭା ସମିତିରେ ବିଷୋଦ୍‌ଗାର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ପୁଣି ଲୋକଙ୍କ ପାଖରେ କେତେ ଗ୍ରହଣୀୟ ତାହା ମଧ୍ୟ ଦଳ ପାଇଁ ନୂଆପଡ଼ା ଉପନିର୍ବାଚନ ଚ୍ୟାଲେଞ୍ଜ ଆସିଛି। ସେହିପରି ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ମଙ୍ଗ ଧରିଛନ୍ତି ଦଳର ପୁରୁଖା ନେତା ଭକ୍ତ ଚରଣ ଦାସ। ଦାୟିତ୍ବ ନେବାଠାରୁ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଉଥିବାବେଳେ ନୂଆପଡ଼ା ଉପ ନିର୍ବାଚନ ଭକ୍ତଙ୍କ ଦକ୍ଷତା ପରଖିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା ହେଉଛି।

ଦୁଇଦିନ ତଳେ ପିସିସି ସଭାପତି ଶ୍ରୀ ଦାସ ନୂଆପଡ଼ା ଉପ ନିର୍ବାଚନରେ ଗତଥର ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ପରୋକ୍ଷରେ ସୂଚନା ଦେଇଥିଲେ। ଭକ୍ତ କହିଥିଲେ, କଂଗ୍ରେସର ସର୍ବକ୍ଷମା ପରେ ଶ୍ରୀ ମାଝୀ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ନୂଆପଡ଼ା ଜିଲା ସଂଯୋଜକ ଅଛନ୍ତି। ତେଣୁ ଆମେ ତାଙ୍କୁ ମଧ୍ୟ ପ୍ରାର୍ଥୀ କରିପାରିବା। ଗତ ନିର୍ବାଚନରେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଘାସିରାମଙ୍କୁ ଟିକଟ ନଦେଇ ନିଜେ ପ୍ରାର୍ଥୀ ହୋଇଥିଲେ। ସ୍ବାଧୀନ ପ୍ରାର୍ଥୀ ଘାସିରାମ ୫୧ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ମାତ୍ର ୧୫ ହଜାର ଭୋଟ ପାଇଥିଲେ। ତେବେ ଗତ ନିର୍ବାଚନରେ ଘାସିରାମଙ୍କ ସଫଳତାରେ ଆଦିବାସୀ କଲ୍ୟାଣ ସଂଘର ପ୍ରମୁଖ ଭୂମିକା ରହିଥିବାବେଳେ ବର୍ତ୍ତମାନର ସ୍ଥିତି କ’ଣ ରହିବ ତାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି।

- Advertisement -

ଅନ୍ୟପଟେ ଆଦିବାସୀ ନେତା ତଥା ଦୁଇଥର ନୂଆପଡ଼ା ଜିଲା ପରିଷଦର ଉପ-ସଭାପତି ହୋଇଥିବା ଭାନୁ ମାଝୀ ଏବଂ ଇଂ. ହୋମସିଂ ମାଝୀ ବି ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସଜବାଜ ହେଉଥିବା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ହେଉଛି। ନୂଆପଡ଼ାରେ ବିଜେପି ଗୋଳମାଳିଆ ପରିସ୍ଥିତିରେ ରହିଥିବା କୁହାଯାଉଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ଥିଲେ। ଉପନିର୍ବାଚନରେ ଦଳ ପକ୍ଷରୁ ୩ରୁ ୪ଜଣ ବିଜେପି ନେତା ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ବସନ୍ତ ପଣ୍ଡା କିମ୍ବା ତାଙ୍କ ପୁଅ ଅଭିନନ୍ଦନ ପ୍ରାର୍ଥୀ ହେବାକୁ ଆଶା ରଖିଥିବାବେଳେ ଯଦୁମଣି ପାଣିଗ୍ରାହୀ ଏବଂ ପ୍ରସନ୍ନ ପାଢ଼ୀ ବିଜେପି ଟିକଟରେ ଉପନିର୍ବାଚନ ଲଢ଼ିବାକୁ ଆଶା ରଖିଛନ୍ତି। ସେପଟେ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଦଳ ଅନୁକମ୍ପା ଭୋଟ ପାଇବା ପାଇଁ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories