www.samajalive.in
Monday, December 8, 2025
14.1 C
Bhubaneswar

ଫୋର୍‌ ଷ୍ଟାର ରେଟିଙ୍ଗ – ମୁକ୍ତିଲାଭ କରିଛି ହୀର ଏକ୍ସପ୍ରେସ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ପାରିବାରିକ କାହାଣୀ

ନୂଆଦିଲ୍ଲୀ – ହିନ୍ଦୀ ଚଳଚ୍ଚିତ୍ର ,ହୀର ଏକ୍ସପ୍ରେସ ସେପ୍ଟେମ୍ବର ୧୨ରେ ଦେଶର ବିଭିନ୍ନ ସିନେମା ହଲରେ ମୁକ୍ତିଲାଭ କରିଛି। ଉମେଶ ଶୁକ୍ଲା ଏହାର ନିର୍ଦ୍ଦେଶକ । ସେ ପୂର୍ବରୁ ‘ଓହ୍ ମାଇ ଗଡ୍!’ ଏବଂ ‘୧୦୨ ନଟ୍ ଆଉଟ୍’ ପରି ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ହୀର୍‌ ଏକ୍ସପ୍ରେସର ମୁଖ୍ୟ ଅଭିନେତ୍ରୀ ଦିବିତା ଜୁନେଜା, ଏବଂ ଗୁଲଶନ ଗୋରଭର୍‌ , ଆଶୁତୋଷ ରାଣା, ସଞ୍ଜୟ ମିଶ୍ର ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି କମେଡି ଏବଂ ଆବେଗପୂର୍ଣ୍ଣ ସ୍ପର୍ଶ ସହିତ ଏକ ସମ୍ପୂର୍ଣ୍ଣ ପାରିବାରିକ କାହାଣୀ ।

ଚଳଚ୍ଚିତ୍ରର ନାୟିକା ହୀର ୱାଲିଆ (ଦିବିତା ଜୁନେଜା), ଜନ୍ମ ପରେ ତାଙ୍କ ମା’ଙ୍କୁ ହରାଇଛନ୍ତି , ତାଙ୍କୁ ତାଙ୍କ ଦୁଇ ମାମୁଁ (ଗୁଲଶନ ଗ୍ରୋବର ଏବଂ ସଞ୍ଜୟ ମିଶ୍ର) ପାଳନ ବେଶ୍‌ ସ୍ନେହର ସହ ଲାଳନପାଳନ କରିଛନ୍ତି।ପରେ ଜଣେ ବିଦେଶୀ ମହିଳା, ଓଲିଭିଆ (ସାରା ଲକେଟ୍), ହୀରଙ୍କ ରେଷ୍ଟୁରାଣ୍ଟରେ ଖାଦ୍ୟ ସ୍ୱାଦରେ ମୁଗ୍ଧ ହୋଇ ଲଣ୍ଡନରେ ତାଙ୍କର ଭାରତୀୟ ରେଷ୍ଟୁରାଣ୍ଟର ଦାୟିତ୍ୱ ନେବାକୁ ପ୍ରସ୍ତାବ ଦେଇଛନ୍ତି ।

- Advertisement -

ହୀର ରେଷ୍ଟୁରାଣ୍ଟର ନାମ ସ୍ବର୍ଗଗାମୀ ମା’ଙ୍କ ନାମରେ ରଖିଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ ହୀର, ଓଲିଭିଆଙ୍କ ସ୍ୱାମୀ ଟିଜେ (ଆଶୁତୋଷ ରାଣା)ଙ୍କୁ ଭେଟିଛନ୍ତି ଏହାପରେ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି। କିନ୍ତୁ ଟିଜେ’ଙ୍କ ଅନ୍ୟ ବ୍ୟବସାୟ ତାଙ୍କ ପୁଅର ଅପାରଗତା ହେତୁ କ୍ଷତିରେ ଚାଲିଥିଲା । ହୀରଙ୍କୁ ରେଷ୍ଟୁରାଣ୍ଟ ବଞ୍ଚାଇବା ପାଇଁ ମାତ୍ର ଏକ ମାସ ସମୟ ଦେଇଥିଲେ। ଏହାପରେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଥିଲା। ଟିଜେ’ର ପୁଅ ରେଷ୍ଟୁରାଣ୍ଟକୁ ନଷ୍ଟ କରିବାକୁ ଗୁଣ୍ଡା ପଠାଇଥିଲେ । ହୀର ସେତେବେଳେ ଜାଣିଥିଲେ ଟିଜେଙ୍କ ପୁଅ ଏପରି କରୁଛି ।
ଏହାପରେ ସେ କିପରି ଲଣ୍ଡନରେ ସଫଳ ହୋଇଛନ୍ତି ଏବଂ ଅନ୍ୟ ପାରିବାରିକ କାହାଣୀକୁ ନେଇ ସିନେମା ପର୍ଯ୍ୟବେଷିତ ହୋଇଛି । ଦର୍ଶକଙ୍କୁ ଏହା ବେଶ୍‌ ମନୋରଞ୍ଜନ ଯୋଗାଇଥିବା ବେଳେ ବିଭିନ୍ନ ରେଟିଂରେ ଏହା ଶୀର୍ଷରେ ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories