www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ହଷ୍ଟେଲ ଫି’ ବୁଦ୍ଧିକୁ ନେଇ ଅସନ୍ତୋଷ ; ଦାବିପତ୍ର ପ୍ରଦାନ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ବୃଦ୍ଧି ହଷ୍ଟେଲ ଫି ପ୍ରତ୍ୟାହର କରିବା ନେଇ ଗତମାସରେ କୁଳପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ତାହାରି କିଛି ସମାଧାନ ହୋଇନଥିବା ବେଳେ ସୋମବାର ହଷ୍ଟେଲ ଆଡ଼ମିସନ ପାଇଁ ପୂର୍ବ ଭଳି ନୋଟିସ ଜାରି ହୋଇଥିଲା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ହଷ୍ଟେଲ ଫିକୁ ବୃଦ୍ଧି କରାଯାଇଥିବା ବେଳେ ବିଦ୍ୟାର୍ଥୀମାନଙ୍କୁ କୌଣସି ପ୍ରକାର ସୁବିଧା ଯୋଗାଇ ଦିଆଯାଉନଥିବା ବିଶେଷ କରି ଉତ୍ତମ ଖାଦ୍ୟ, ହଷ୍ଟେଲ ସଫେଇ, ହଷ୍ଟେଲ ଛାତର ପଲସ୍ତରା ଖସିବା,ବିଦ୍ୟୁତ ତାର ଠିକ ନଥିବା,କମନ ରୁମର ଅଭାବ, ଜିମ ଆଦି ପରିଚାଳନା ହେଉନଥିବା ବେଳେ ଫି ଆଦାୟ ହୋଉଛି। ଯାହାକୁ କମାଇବା ନିମନ୍ତେ ବିଦ୍ୟାର୍ଥୀ ମାନେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହ ହଷ୍ଟେଲ ରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବା, ଗୋଟିଏ ରୁମରେ ୩ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ରହିବା ଏବଂ ଅନ୍ୟ ବିଶ୍ଵ ବିଦ୍ୟାଳୟରେ ହଷ୍ଟେଲ ଫିସ କମ୍ ରହିଥିବା ବେଳେ ଅପେକ୍ଷା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଅଧିକ ଫିସ ଆଦାୟ କରାଯାଉଥିବା ଅଭିଯୋଗ କରାଯାଇଛି। ଏହାକୁ ବିରୋଧ କରି ଶତାଧିକ ଛାତ୍ରଛାତ୍ରୀ ଏକ ଦାବିପତ୍ର କୁଳପତି ଗୀତାଞ୍ଜଳି ଦାଶଙ୍କ ଉଦେଶ୍ୟରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି। ଏ ନେଇ ପିଜି କାଉନସିଲ ଅଧକ୍ଷଙ୍କ ସହ ଯୋଗାଯୋଗ ବେଳେ ଛାତ୍ରଛାତ୍ରୀଙ୍କ ଅଭିଯୋଗ କ୍ରମେ ପ୍ରତ୍ୟେକ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଓ ସମସ୍ତ ହଷ୍ଟେଲ ଅନ୍ତଃବାସୀ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ଅପରାହ୍ନରେ ଅଧ୍ୟକ୍ଷ ଓ ସମସ୍ତ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରତ୍ୟେକ ହଷ୍ଟେଲ ବୁଲି ଅନ୍ତଃବାସୀଙ୍କ ସହ ସମସ୍ୟା ବୁଝିଥିଲେ। ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ। ହଷ୍ଟେଲ ଛାତ୍ରଛାତ୍ରୀଙ୍କ ମୁଖ୍ୟ ଫି କୁ ନେଇ ଯାହା ଦାବି ରହିଛି ତାହାକୁ କମିଟିରେ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଛାତ୍ରନେତା ଇଜୁ ଆମିନ ଖାନ, ବାଲ୍ମୀକି ସେଠୀ, ସୁଦର୍ଶନ ମଲ୍ଲିକ, ମନିଷା କହଁର, ଗୋବିନ୍ଦ ତ୍ରିପାଠୀ, ସିପୁନ ପ୍ରଧାନ, ବିଭୁ ପ୍ରସାଦ, ଶିବାନୀ ପାଢ଼ୀ, ଏନ୍ କାମରଜୁ ପାତ୍ର , ପପୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଅକ୍ଟୋବରରେ ଏହି ୪ ରାଶିଙ୍କୁ କୋଟିପତି କରିବ ବୁଧଙ୍କ ଖାସ୍‌ ଚଳନ : ଧନ ଠାରୁ ଆରମ୍ଭ କରି ସୁନାରେ ଭର୍ତ୍ତି ହେବ ଆଲମିରା..

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories