www.samajalive.in
Sunday, December 7, 2025
13.1 C
Bhubaneswar

ନିଖୋଜ କନଷ୍ଟେବଳଙ୍କ ମୃତଦେହ ଠାବ: ୨୦ଲକ୍ଷ ଟଙ୍କା ପାଇଁ ପ୍ରେମିକ କରିଥିଲା ହତ୍ୟା

ସମାଜ ଡିଜିଟାଲ ଡେସ୍କ : ମହିଳାଙ୍କୁ ବୁଲାଇନେବା ବାହାନାରେ ପ୍ରେମିକ କରିଲା ହତ୍ୟା । ରାଜଧାନୀରୁ ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝରରେ ଠାବ ହୋଇଛି । କେନ୍ଦୁଝର ଘଟଗାଁରୁ ଠାବ ହୋଇଥିବା ମହିଳାଙ୍କ ମୃତଦେହ ନିଖୋଜ କନଷ୍ଟେବଳଙ୍କର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମହିଳାଙ୍କ ପୁରୁଷ ବନ୍ଧୁ ତାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି ପୁଲିସ । ଦୀପକ ରାଉତକୁ ନେଇ ଘଟଣାସ୍ଥଳରେ ଖୋଳତାଡ କରିବ ପୁଲିସ ।  ତେବେ ମିଳିଥିବା ସୂଚନା ଅନୁସାରେ ୨୦ଲକ୍ଷ ଟଙ୍କା ପାଇଁ ପୁରୁଷ ବନ୍ଧୁ ଜଣଙ୍କ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା ।
ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ । ସେ ନିଖୋଜ ହେବା ପରଠାରୁ ସନ୍ଦେହ ଘେରରେ ଥିଲେ ପୁରୁଷ ବନ୍ଧୁ । ପୁଲିସ ସେବା ଭବନରେ ଆକାଉଣ୍ଟ ଡିପାର୍ଟମେଣ୍ଟରରେ କାର୍ଯ୍ୟ କରନ୍ତି ଦୀପକ । ମହିଳା କନଷ୍ଟେବଳ ନିଖୋଜ ନେଇ କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ । ଏହା ପରେ ପୁଲିସ ଏକ ମାମଲା ରୁଜୁ କରି ତନାଘନା କରିଥିଲା । ପ୍ରଥମରୁ ହିଁ ପୁରୁଷ ବନ୍ଧୁଙ୍କ ସନ୍ଦେହ କରି ତଦନ୍ତ କରିଥିଲା ପୁଲିସ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories