www.samajalive.in
Sunday, December 7, 2025
16.1 C
Bhubaneswar

ଟିମ ଇଣ୍ଡିଆ ଜର୍ସିର ନୂଆ ପ୍ରାୟୋଜକ ହେଲା ଆପୋଲୋ ଟାୟାର୍ସ, ମ୍ୟାଚ ପିଛା ଦେବ ଏତିକି କୋଟି…

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସର ବା ପ୍ରାୟୋଜକ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଏହାର ଅବସାନ ଘଟିଛି। ଆପୋଲୋ ଟାୟାର୍ସ ଏବେ ଟିମ ଇଣ୍ଡିଆ ଜର୍ସିର ନୂଆ ପ୍ରାୟୋଜକ ହେବ। ଅନଲାଇନ ଗେମ୍‌କୁ ସରକାର ନିଷଦ୍ଧ ଘୋଷଣା କରିବା ପରେ ବିସିସିଆଇ ଡ୍ରିମ ଇଲେଭେନ ସହିତ ଚୁକ୍ତି ରଦ୍ଦ କରିଦେଇଥିଲା। ଏହା ପରେ ନୂଆ ସ୍ପନସର ଖୋଜାଯାଉଥିଲା। ଏବେ ଟିମ ଇଣ୍ଡିଆ ଖେଳାଳିମାନଙ୍କ ଜର୍ସିରେ ଆପୋଲୋ ଟାୟାର୍ସ ଲୋଗୋ ରହିବ।

ବର୍ତ୍ତମାନ ଆପୋଲୋ ଟାୟାର୍ସ ପ୍ରାୟୋଜକ ହେବା ପରେ ସମସ୍ତଙ୍କ ମନରେ ଉତ୍ସୁକତା ରହିଥିବ ଯେ କମ୍ପାନୀ ଗୋଟିଏ ମ୍ୟାଚ ପାଇଁ ବିସିଆଇକୁ କେତେ ଟଭ୍କା ଦେବ ? ପୂର୍ବ ଚୁକ୍ତିଠାରୁ ଏହା ଅଧିକ ନା କମ ? ରିପୋର୍ଟ ଅନୁସାରେ ଡ୍ରିମ ଇଲେଭେନ ସହିତ ୩ ବର୍ଷୀୟା ଚୁକ୍ତି ଥିବାବେଳେ କମ୍ପାନୀ ବିସିସିଆଇକୁ ୩୫୮ କୋଟି ଦେଉଥିଲା। କିନ୍ତୁ ନୂଆ ଆଇନ ଆସିବା ପରେ ବିସିସିଆଇ ନୂଆ ଟେଣ୍ଡର ଜାରି କରିଥିଲା। ମଙ୍ଗଳବାର ନିଲାମୀ ଶେଷ ହୋଇଥିବାବେଳେ ଆପୋଲୋ ଟାୟାର୍ସ ଟେଣ୍ଡର ପାଇଛି।

- Advertisement -

ଚୁକ୍ତି ଅନୁସାର ଆପୋଲୋ ଟାୟାର୍ସ ବିସିସିଆଇକୁ ମ୍ୟାଚ ପିଛା ୪.୫ କୋଟି ଟଙ୍କା ଦେବ, ଯାହା ଡ୍ରିମ ଇଲେଭେନଠାରୁ ଅଧିକ। ଡ୍ରିମ ଇଲେଭେନ ମ୍ୟାଚ ପିଛା ୪ କୋଟି ଦେଉଥିଲା। ବିସିସିଆଇ ଏବଂ ଆପୋଲୋ ଟାୟାର୍ସ ମଧ୍ୟରେ ଏହି ଚୁକ୍ତି ୨୦୨୭ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆ ପ୍ରାୟ ୧୩୦ ମ୍ୟାଚ ଖେଳିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories