ଭୁବନେଶ୍ଵର: ସିଦ୍ଧାର୍ଥ ଟିଭିର ଚାରୋଟି ଧାରାବାହିକ ଗୋଟିଏ ଦିନରେ ୫୦୦ ଅଧ୍ୟାୟର କୃତିତ୍ୱ ଲାଭ କରିଛି। ସେସବୁ ଧାରାବାହିକ ଗୁଡିକ ହେଉଛି ” ମାୟା ଓ ମମତା”, “ସୁନୟନା”, ‘ସିନ୍ଦୁର ଖେଳ”ଏବଂ କେଦାର ଗୌରୀ। କେବଳ ଦର୍ଶକ ମାନଙ୍କର ବିଶ୍ଵାସ ଓ ଭଲ ପାଇବା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହାକୁ ନେଇ ସୁଟିଂ ସେଟରେ ନିର୍ମାତା, ନିର୍ଦ୍ଦେଶକ ଓ ଚାରୋଟି ଯାକ ଧାରାବାହିକର କଳାକାର ଓ ଟେକ୍ନିସିଆନ୍ ମାନେ ଖୁବ୍ ଧୂମଧାମରେ ସେଲିବ୍ରେସନ୍ କରିଛନ୍ତି।



