www.samajalive.in
Sunday, December 7, 2025
23.1 C
Bhubaneswar

ତଲାକ୍‌ ଦେବାରୁ କୋର୍ଟରେ ସ୍ବାମୀଙ୍କୁ ଚପଲରେ ପିଟିଲେ ସ୍ତ୍ରୀ

ଲକ୍ଷ୍ନୌ: ତଲାକ୍‌ ଦେବାରୁ ଉତ୍ତର ପ୍ରଦେଶ ରାମପୁରରେ କୋର୍ଟ ବାହାରେ ଜଣେ ମହିଳା ସ୍ବାମୀ ଓ ଶ୍ବଶୁରଙ୍କୁ ଚପଲରେ ମାଡ ମାରିଛନ୍ତି। ଏହି ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ମହିଳାଙ୍କୁ ତାଙ୍କ ପତି ମାରପିଟ୍ କରିବା ସହିତ ଘରୁ ତଡି ଦେଇଥିଲେ। କୋର୍ଟର ଆଶ୍ରୟ ନେବା ପରେ ତାଙ୍କୁ କେସ୍ ଫେରାଇନେବା ପାଇଁ ବାଧ୍ୟ କରୁଥିବାରୁ ପତିଙ୍କୁ ଚପଲରେ ମାଡ ମାରିଥିବା ମହିଳା ଜଣକ କହିଛନ୍ତି।

୨୦୧୮ରେ ମହିଳାଙ୍କ ବିବାହ ହୋଇଥିଲା। ଲଗାତାର ଦୁଇଟି ଝିଅ ହେବା ପରେ ପତିଙ୍କ ପରିବାର ଲୋକେ ମାନସିକ ଅତ୍ୟାଚାର ଦେଉଥିବା ସହ ଯୌତୁକ ଦାବି କରୁଥିଲେ। ଶେଷରେ ତାଙ୍କୁ ଓ ତାଙ୍କ ଝିଅଙ୍କୁ ଘରୁ ତଡିଦେବା ପରେ ସେ ଭରଣପୋଷଣ ପାଇଁ କୋର୍ଟରେ କେସ୍ କରିଥିଲେ। ଶୁଣାଣି ନିମନ୍ତେ ଶୁକ୍ରବାର କୋର୍ଟ ଆସିଥିବା ସମୟରେ ତାଙ୍କୁ କେସ୍ ଫେରାଇନେବା ପାଇଁ ଶ୍ବଶୁର ବାଧ୍ୟ କରିବା ସହ ପତି ତିନିଥର ‘ତଲାକ୍’ କହି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଚପଲ ଖୋଲି ପତିଙ୍କୁ ଗୋଡାଇ ଗୋଡାଇ ମାରିଥିଲେ ମହିଳା। ନିଜ ଜୀବନ ରକ୍ଷା କରିବାକୁ ଏଭଳି ପଦକ୍ଷେପ ନେଇଥିବା ଗଣମାଧ୍ୟମ ଆଗରେ ମହିଳାଜଣକ କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories