www.samajalive.in
Tuesday, December 9, 2025
16.1 C
Bhubaneswar

ଜାଲ ସାର୍ଟିଫିକେଟରେ ଚାକିରି, ଅଧ୍ୟାପକ ବହିଷ୍କୃତ

ସମାଜ ଡିଜିଟାଲ ଡେସ୍କ: ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ଜଣେ ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଜାଲିଆତି ଧରାପଡ଼ିବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଘଟଣାଟି ଘଟିଛି ଜଗତସିଂହପୁର ଜିଲା ବାଲିକୁଦା କଲେଜରେ। ଏହି ଘଟଣାରେ ଅଧ୍ୟାପକ ସନ୍ତୋଷ ଶତପଥୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ସୂଚନା ଅନୁସାରେ, ସନ୍ତୋଷ ଚାକିରି ସମୟରେ ଜାଲ ଏମ.କମ୍‌ ସାର୍ଟିଫିକେଟ ପ୍ରଦାନ କରିଥିଲେ। ସେ ୨୦୧୮ରୁ ଅଧ୍ୟାପକ ଭାବେ ଚାକିରି ଆରମ୍ଭ କରିଥିଲେ। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ସମୟରେ ତାହା ଜାଲ୍ ବୋଲି ଜଣାପଡ଼ିଥିଲା। ଏ ନେଇ ଟିମ୍ ପକ୍ଷରୁ ରିପୋର୍ଟ ଦିଆଯିବା ପରେ ଅଧ୍ୟାପକଙ୍କୁ ବିଦା କରାଯାଇଛି। ଏ ସମ୍ପର୍କରେ ଉପଜିଲାପାଳଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଅଧ୍ୟାପକ ନେଇଥିବା ସମସ୍ତ ଦରମା ଫେରସ୍ତ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories