www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ସହ ସମ୍ପର୍କ ସୁଧାରିବାକୁ ଟ୍ରମ୍ପ ବ୍ୟାକୁଳ, ବାଣିଜ୍ୟିକ ରାଜିନାମା ପାଇଁ କାଲି ହେବ ଆଲୋଚନା

ସମାଜ ଡିଜିଟାଲ ଡେସ୍କ: ଭାରତକୁ ଅକଳରେ ପକାଇବାକୁ ଆମେରିକାର ଅପଚେଷ୍ଟା ବିଫଳ ହେବା ପରେ ଏବେ ସମ୍ପର୍କ ସୁଧାରିବାକୁ ଛଟପଟ ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏସସିଓ ସମ୍ମିଳନୀରେ ଭାରତ-ଚୀନ-ରୁଷ ଗୋଟିଏ ମଞ୍ଚରେ ଏକାଠି ହେବା ପରେ ଟ୍ରମ୍ପଙ୍କ ନିଦ ହଜିଯାଇଛି।  ସେବେଠାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ନରମ ମନୋଭାବ ପରିପ୍ରକାଶ କରୁଥିବାବେଳେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ରାଜିନାମା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଯେଉଁଥିପାଇଁ ଆମେରିକାର ମୁଖ୍ୟ ମଧ୍ୟସ୍ଥ ସୋମବାର ରାତି ସୁଦ୍ଧା ଭାରତରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ଏବଂ ମଙ୍ଗଳବାରଠାରୁ ରାଜିନାମା ସମ୍ପର୍କରେ ପୁନର୍ବାର ଆଲୋଚନା ଆରମ୍ଭ ହେବ।

ଭାରତ ରୁଷଠାରୁ ତୈଳ ଆମଦାନୀ ବନ୍ଦ ନ କରିବାରୁ ଭାରତ-ଆମେରିକା ବାଣିଜ୍ୟିକ ରାଜିନାମା ଆଗକୁ ବଢ଼ିବ ନାହିଁ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ। ଏପରି କି ଆମେରିକୀୟ ଉତ୍ପାଦ ଉପରେ କୌଣସି ଶୁଳ୍କ ଲାଗୁ ନ କରିବାକୁ ଭାରତର ପ୍ରସ୍ତାବକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କିନ୍ତୁ ଟ୍ରମ୍ପ ଭାରତକୁ ଅକଳରେ ପକାଇବାକୁ ଯେଉଁ ସବୁ ଉଦ୍ୟମ କରିଥିଲେ ତାହା ପଣ୍ଡ ହୋଇଯିବାରୁ ଏବେ ବୁଦ୍ଧି ଶଖିଛନ୍ତି ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି। ଦୁଇ ଦେଶ ମଧ୍ୟରେ ନଷ୍ଟ ହୋଇଥିବା ସମ୍ପର୍କକୁ କିପରି ସୁଧାରି ହେବ ସେ ଦିଗରେ ଟ୍ରମ୍ପ ପଦକ୍ଷେପ ନେଉଛନ୍ତି। ନିକଟରେ ଟ୍ରମ୍ପ ମୋଦୀଙ୍କୁ ତାଙ୍କର ପ୍ରିୟ ବନ୍ଧୁ ବୋଲି କହିଥିଲେ। ମୋଦୀ ବି ଅନେକ ଦିନ ପରେ ଟ୍ରମ୍ପଙ୍କ ମନ୍ତବ୍ୟର ଉତ୍ତର ଦେଇଥିଲେ। ଏହା ପରେ ଟ୍ରମ୍ପ ବାଣିଜ୍ୟିକ ରାଜିନାମା ପାଇଁ ଏକ ଟିମ୍ ଭାରତକୁ ପଠାଇଛନ୍ତି। ଭାରତ ସହିତ ସମ୍ପର୍କ ସୁଧାରିବାକୁ ଟ୍ରମ୍ପଙ୍କ ବ୍ୟାକୁଳତା ଏଥିରୁ ସ୍ପଷ୍ଟ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories