www.samajalive.in
Tuesday, December 9, 2025
19.1 C
Bhubaneswar

ଭିଆଇପି ଟ୍ରିଟମେଣ୍ଟ, ଅନେକ ପୁରସ୍କାର . . . ୨୩ବର୍ଷ ହେବ ସେନା ଅଧିକାରୀ କହି ଏମିତି ଠକୁଥିଲେ ଚାଲାକ ମହିଳା 

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଏକ ଠକେଇ ମାମଲା ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ମହିଳା ନିଜକୁ ୨୩ବର୍ଷ ଧରି ଭାରତୀୟ ସେନାରେ କ୍ୟାପଟେନ୍‍ ବୋଲି କହି ଲୋକଙ୍କୁ ଠକୁଥିବା ସାମ୍ନାକୁ ଆସିଛି । ଏହି ମାମଲାରେ ଦୌଲତାବାଦ ପୁଲିସ ଏବଂ ପୁଣେ ସ୍ଥିତ ଦକ୍ଷିଣ କମାଣ୍ଡ ସାମରିକ ଗୁଇନ୍ଦା ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହିଳାଙ୍କ ଠକେଇର ପର୍ଦ୍ଦାଫାସ କରିଛନ୍ତି । ମହିଳାଙ୍କ ନାମ ରୁଚିକା ଅଜିତ ଜୈନ । ଦୌଲତାବାଦର ଧରମପୁରର ବାସିନ୍ଦା ହୋଇଥିବା ଜଣାପଡିଛି ।
ମାମଲାର ଖୁଲାସା ହେବା ପରେ ପୁଲିସ ସଂପୃକ୍ତ ମହିଳାଙ୍କ ଘରେ ଛାନଭିନ କରିଥିଲା । ଏହି ସମୟରେ ତାଙ୍କ ଘରୁ ଅନେକ ସେନା ପୋଷାକ, ନାମଫଳକ, ନକଲି ପରିଚୟପତ୍ର, ପଦକ, ସୈନିକଙ୍କ ଫଟୋଗ୍ରାଫ ଏବଂ ଅନେକ ସଂଗଠର ସମ୍ମାନ ପତ୍ର ମିଳିଥିଲା । ଯାହାକୁ ଜବତ କରିଛି ପୁଲିସ ।
ପୁଲିସ ତଦନ୍ତରୁ ଜଣାପଡିଛି ଯେ ମହିଳା ଜଣକ ଅନେକ ସେନା ନିଯୁକ୍ତି ଏକାଡେମୀକୁ ଯାଉଥିଲେ ଏବଂ ଛାତ୍ରମାନଙ୍କୁ ପ୍ରେରଣା ଦେଉଥିଲେ । ଏହି ସମୟରେ ମହିଳାଙ୍କୁ କ୍ୟାପଟେନ ବୋଲି କୁହାଯାଉଥିଲା ଏବଂ ଲୋକମାନେ ତାଙ୍କୁ ସାଲ୍ୟୁଟ୍‍ କରୁଥିଲେ । ମହିଳା ଜଣକ ଭିଆଇପି ଟ୍ରିଟମେଣ୍ଟ ମଧ୍ୟ ପାଇଥିଲେ । ଅନେକ ସାମାଜିକ ସଂଗଠନ ଦ୍ୱାରା ମଧ୍ୟ ମହିଳାଙ୍କୁ ସମ୍ମାନିତ କରାଯାଇଛି ।
ପୁଲିସ ସୂଚନା ଅନୁସାରେ ମହିଳା ଜଣଙ୍କ ଅନେକ ଜାତୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସେନା ପୋଷାକ ପିନ୍ଧି ଯୋଗ ଦେଉଥିଲେ । ସେ ନିଜକୁ ପାରାସୁଟ୍‍ ରେଜିମେଣ୍ଟର ଜଣେ ଗୁପ୍ତଚର ଅଧିକାରୀ ବୋଲି କହି ଲୋକଙ୍କୁ ଠକୁଥିଲେ । ସମାଜରେ ଲୋକପ୍ରିୟତା ଏବଂ ଲାଭ ପାଇବା ପାଇଁ ସେ ଏକ ମିଥ୍ୟା ପରିଚୟ ସୃଷ୍ଟି କରିଥିଲେ । ରୁଚିକା ଜୈନଙ୍କ ଜୀବନଶୈଳୀ ଏବଂ ଶାରୀରିକ ଭାଷା ଏତେ ପ୍ରଭାବଶାଳୀ ଥିଲା ଯେ ସେ ନିଜକୁ ଜଣେ ପ୍ରକୃତ ସେନା ଅଧିକାରୀ ବୋଲି ପ୍ରମାଣିତ କରୁଥିଲେ । ନିଜର ପରିଚୟ ଏତେ ଗଭୀର ଭାବରେ ପ୍ରବେଶ କରିଥିଲା ଯେ ଲୋକମାନେ ତାଙ୍କୁ କେବେ ସନ୍ଦେହ କରିପାରୁନଥିଲେ । ଏହି ସମୟ ମଧ୍ୟରେ ମହିଳା ଜଣକ ଭିଆଇପି ଟ୍ରିଟମେଣ୍ଟ ମଧ୍ୟ ପାଉଥିଲେ ।
ଏହି ଘଟଣାରେ ଦୌଲତାବାଦ ପୁଲିସ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଭାରତୀୟ ସେନାର ୟୁନିଫର୍ମ ଏବଂ ପ୍ରତୀକର ଅପବ୍ୟବହାର କରିବା ଏବଂ ମିଥ୍ୟା ଭାବରେ ନିଜକୁ ଅଧିକାରୀ ବୋଲି ପରିଚୟ ଦେବା ଅଭିଯୋଗରେ ଧାରା ୧୬୮ ବିଏନଏସ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ଅନେକ ଦିଗକୁ ନେଇ ମାମଲାର ଯାଞ୍ଚ କରୁଛି ପୁଲିସ ।

Hot this week

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

Related Articles

Popular Categories