www.samajalive.in
Sunday, December 7, 2025
23.1 C
Bhubaneswar

ଅନିଲ ଅମ୍ବାନୀଙ୍କ ସମସ୍ୟା ବଢ଼ାଇଲା ପ୍ରବର୍ତ୍ତନ ନିର୍ଦେଶାଳୟ

ମୁମ୍ବଇ: ଅନିଲ ଅମ୍ବାନୀଙ୍କ ସମସ୍ୟା ଥମିବାର ନାଁ ଧରୁନି। ପୂର୍ବରୁ ସିବିଆଇ ତାଙ୍କ ୟସ୍ ବ୍ୟାଙ୍କ ମାମଲାକୁ ବନ୍ଦ କରିବା ପାଇଁ ଆବେଦନକୁ ପ୍ରତ୍ୟାଖାନ କରିଥିଲା। ଆଉ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀ ଏବଂ ଆରକମ୍ ବିରୋଧରେ ନୂଆ ଅର୍ଥ ହେରଫେର୍‌ ମାମଲା ରୁଜୁ କରିଛି । ଅଗଷ୍ଟ ମାସରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନିଲ ଅମ୍ବାନୀଙ୍କ କମ୍ପାନୀ ବିରୋଧରେ ୨୯୨୯ କୋଟି ଟଙ୍କାର ଠକେଇ କରିଥିବା ନେଇ ଅଭିଯୋଗ କରିଥିଲା । ଏହା ପରେ ସିବିଆଇ ଟିମ୍ ଅନିଲ ଅମ୍ବାନୀଙ୍କ ଘରେ ଚଢ଼ଉ ମଧ୍ୟ କରିଥିଲା। ତେବେ ୧୦ ବର୍ଷ ପୁରୁଣା ଏକ ମାମଲାରେ ଏହି ଖୋଳତାଡ଼ ହୋଇଛି ବୋଲି ଅନିଲ ଅମ୍ବାନୀଙ୍କ ତରଫରୁ କୁହାଯାଇଥିଲା। ପୂର୍ବରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଦେବାଳିଆ ହୋଇସାରିଥିବା ରିଲାଏନ୍ସ କମ୍ୟୁନିକେସନ ଓ କମ୍ପାନୀର ପୂର୍ବତନ ଡାଇରେକ୍ଟର ଅନିଲ ଅମ୍ବାନୀଙ୍କ ଲୋନ୍ ଆକାଉଣ୍ଟକୁ ଜାଲ୍‌ ଘୋଷିତ କରିଦେଇଥିଲା । ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କୁ ପଚରାଉଚରା ପାଇଁ ଡକାଇଥିଲା । କମ୍ପାନୀକୁ ଋଣ ଦେବା ସମୟରେ ସବୁ କିଛି ସଠିକ୍ ଭାବେ ଯାଞ୍ଚ କରାଯାଇଥିଲା କି ନାହିଁ ତାହା ଜାଣିବା ପାଇଁ ଏଜେନ୍ସି ପ୍ରାୟ ୧୦ରୁ ଅଧିକ ବ୍ୟାଙ୍କରୁ ତଥ୍ୟ ମଗାଇ ଖୋଳତାଡ କରିଥିଲା।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories