www.samajalive.in
Sunday, December 7, 2025
23.1 C
Bhubaneswar

ୟୁରିଆ ସାର ପାଇଁ ପ୍ୟାକ୍ସ୍ ସାମ୍ନାରେ ଲମ୍ବା ଲାଇନରେ ଆଧାର କାର୍ଡ …. ସାର ୩ଶହ ବସ୍ତା କୁ ଚାଷୀ ୮ଶହ

ଦେଓଗାଁ: ୟୁରିଆ ସାର ପାଇଁ ଚାଷୀ ରାଜରାସ୍ତା ରେ ଆନ୍ଦୋଲନ କରୁଥିବା ବେଳେ ପେକ୍ସକୁ ଆସିଥିବା ୟୁରିଆ ସାର ନେବା ପାଇଁ ଲାଇନ ଲାଗିଛି ଆଧାର କାର୍ଡ। ରାତି ୩ଟା ରୁ ଆଧାର କାର୍ଡ ଆଣି ଲାଇନ ଲଗାଇଛନ୍ତି ଚାଷୀ  । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଗୌଡଗୋଠ ପ୍ୟାକ୍ସରେ ଆଜି  ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । କୃଷି ସମବାୟ ସମିତି ସମ୍ମୁଖରେ ଲାଇନରେ ନାହାନ୍ତି ଚାଷୀ, ଲମ୍ବା ଲାଇନରେ ଲାଗିଛି ଆଧାର କାର୍ଡ । ୮ଶହ ରୁ ଅଧିକ ଚାଷୀ ଲାଇନରେ  ଛିଡ଼ା ହେବା ଅସମ୍ଭବ ହୋଇଥିବାରୁ ଆଧାର କାର୍ଡକୁ ଲମ୍ବା ଲାଇନ ଲଗାଇଛନ୍ତି  ।   ଗୌରଗୋଠ ପେକ୍ସରେ ୭୬୦ ଜଣ ଚାଷି ଧାନ ବିକ୍ରୀ କରିବା ପାଇଁ ପଞ୍ଜୀକୃତ କରିଥିବା ବେଳେ ୩୧୫ ବସ୍ତା ସାର ଆସିଛି।
ପ୍ରଥମେ ଋଣ ନେଇଥିବା ଚାଷୀଙ୍କୁ ୟୁରିଆ ସାର ଦେବାର ନୀୟମ ସରକାର କରିଥିବାରୁ ଅଣ ୠଣୀ ଚାଷୀ ଆଧାର କାର୍ଡ ଲାଇନ ରେ ଲଗାଇ ଚିନ୍ତାରେ ରହିଛନ୍ତି। ତେବେ କମ ସାର ଥିବା ବେଳେ ଅଧିକ ଚାଷୀ ଲାଇନ ଲାଗିଥିବାରୁ ଚିନ୍ତାରେ ରହିଛନ୍ତି ପେକ୍ସ କର୍ତ୍ତୃପକ୍ଷ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories