www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୬ ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌: ଅହମ୍ମଦାବାଦରେ ଫାଇନାଲ

ନୂଆଦିଲ୍ଲୀ: ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ। ଏହି ବିଶ୍ବକପ୍‌ରେ ୨୦ଟି ଦଳ ଖେଳିବେ। ଏହି ବିଶ୍ବକପ୍‌ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି। ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି ଷ୍ଟାଡିୟମ୍‌ରେ ଏହି ବିଶ୍ବକପ୍‌ର ସମସ୍ତ ୫୫ଟି ମ୍ୟାଚ୍‌ ଖେଳାଯିବ। ମାର୍ଚ୍ଚ ୮ରେ ଏହି ବିଶ୍ବକପ୍‌ର ଫାଇନାଲ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ସ୍ଥିର କରାଯାଇଛି। ତେବେ ପାକିସ୍ତାନ ଯଦି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରେ; ତେବେ କଲମ୍ବୋରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ସୂଚନାଯୋଗ୍ୟ; ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌-୨୦୨୬ ଖେଳସୂଚୀ ଔପଚାରିକ ଭାବେ ଆଇସିସି ଘୋଷଣା କରିନାହିଁ। ହେଲେ ଅନୌପଚାରିକ ଭାବେ ଆଇସିସି ପ୍ରତିଯୋଗୀ ଦେଶଙ୍କୁ ଉପରୋକ୍ତ ତାରିଖ ଜଣାଇଦେଇଛି। ଅଦ୍ୟାବଧି ୧୫ଟି ଦେଶ ଏହି ବିଶ୍ବକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବାକି ୫ଟି ଦଳଙ୍କ ମଧ୍ୟରୁ ୨ଟି ଆଫ୍ରିକାରୁ ଏବଂ ୩ଟି ଦଳ ଏସିଆ-ପୂର୍ବ ଏସିଆ ପ୍ୟାସିଫିକ୍‌ ଅଞ୍ଚଳରୁ ଯୋଗ୍ୟତା ଅର୍ଜନ କରି ଆସିବେ। ୨୦୨୪ରେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଖେଳା ଯାଇଥିବା ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରି ଏହି ବିଶ୍ବକପ୍‌ର ଫର୍ମାଟ ରହିବ। ୨୦ଟି ଦଳଙ୍କୁ ୪ଟି ଗ୍ରୁପ୍‌ରେ ରଖାଯିବ। ପ୍ରତି ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ପରସ୍ପର ବିପକ୍ଷରେ ଖେଳିବେ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଦଳ ସୁପର ଏଇଟ୍‌ ରାଉଣ୍ଡରେ ପ୍ରବେଶ କରିବେ। ଏହି ରାଉଣ୍ଡରେ ମଧ୍ୟ ୮ଟି ଦଳଙ୍କୁ ୨ଟି ଗ୍ରୁପ୍‌ରେ ରଖାଯିବ। ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଦଳ ସେମିଫାଇନାଲ ଖେଳିବେ। ଗତଥର ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ହରାଇ ଭାରତ ଚମ୍ପିଆନ ହୋଇଥିଲା। ୨୦୨୬ ଜାନୁଆରୀ ୧୧ରୁ ୩୧ ମଧ୍ୟ‌େ​‌ର ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଭାରତ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ବର୍ଷ ଆରମ୍ଭରୁ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଆୟୋଜନ ପାଇଁ ବିସିସିଆଇ ଯୋଜନା କରିଛି। ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରେ ଆଇପିଏଲ୍‌ ଖେଳାଯିବ। ଆଇପିଏଲ୍‌ର ସମ୍ଭାବ୍ୟ ତାରିଖ ମାର୍ଚ୍ଚ ୧୬ରୁ ମେ’ ୩୧ ରଖାଯାଇଛି।

- Advertisement -

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories