ସମାଜ ଡିଜିଟାଲ ଡେସ୍କ: ଆପେଲ୍ ବର୍ତ୍ତମାନ ଲାଟେଷ୍ଟ ଲାଇନ-ଅପରେ ୪ଟି ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯାହାର ପ୍ରଥମ ବ୍ରାଣ୍ଡ ହେଉଛି ଆଇଫୋନ୍-୧୭ ଏୟାର । ଯାହାକି ପ୍ଲସ୍ ଭାରିଆଣ୍ଟକୁ ବଦଳାଇବ । ଏହା ସହିତ କମ୍ପାନୀ ଆଇଫୋନ୍-୧୭ର ବେସ୍ ଭାରିଆଣ୍ଟରେ ୨୫୬ଜିବି ଷ୍ଟୋରେଜ୍ ଦେଇଛି । ଏହି ହ୍ୟାଣ୍ଡସେଟ୍ ଏ୧୯ ପ୍ରୋସେସର୍ ସହିତ ଆସିଥାଏ । ତେବେ ଏହି ସିରିଜର ସ୍ମାର୍ଟଫୋନ୍ଗୁଡିକର ବିଶେଷ ବୈଶିଷ୍ଟ୍ୟ ଗୁଡିକ ବିଷୟରେ ଜାଣିବା ।
ଆପେଲ୍ର ଏହି ଫୋନଟି କଳା, ଧଳା, ଲାଭେଣ୍ଡର ସମେତ ୫ଟି ରଙ୍ଗରେ ଆସିବ । ଏଥିରେ ଆପଣ ଏଣ୍ଡ୍ରିପ୍ଟିଭ୍ ରିଫ୍ରେସ୍ ରେଟ୍ ସପୋର୍ଟ ପାଇବେ । ଏହି ଫୋନ୍ ୩୦୦୦ ନିଟ୍ସର ସର୍ବାଧିକ ଉଜ୍ଜ୍ୱଳତା ସହିତ ଆସିବ ।
ସ୍କ୍ରିନ୍ ସୁରକ୍ଷା ପାଇଁ ସେରାମିକ୍ ସିଲ୍ଡ ୨ବ୍ୟବହାର କରାଯାଇଛି । ଆଇଫୋନ୍ ୧୭ରେ ଏ୧୯ପ୍ରୋସେସର ଅଛି । ଏହା ଏପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ବ୍ରାଣ୍ଡର ସବୁଠାରୁ ପାୱାରଫୁଲ ବେସ୍ ମଡେଲ୍ ବୋଲି କୁହାଯାଉଛି । ନୂତନତମ ପ୍ରୋସେସର ସାହାଯ୍ୟରେ ଆପଣ କେବଳ ଉତ୍ତମ କାର୍ଯ୍ୟଦକ୍ଷତା ପାଇବେ ନାହିଁ. ବରଂ ଫୋନଟି ବ୍ୟାଟେରୀ ଲାଇଫ୍ ସହିତ ଆସିବ ।
ଦମଦାର ଫିଚର ସହ ଲଞ୍ଚ ହେଲା iPhone 17 Air
ଲଞ୍ଚ ହେଇଛି ଆଇଫୋନ୍ ୧୭ ଏୟାର । ଏହି ମଡେଲକୁ ଆପଲ୍ ଇଣ୍ଟେଲିଜେନ୍ସର ସପୋର୍ଟ ମିଳିବ । ଏଥିରେ ୪୮ଏମପି ମୁଖ୍ୟ ଲେନ୍ସ ସହିତ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ରହିବ । ଦ୍ୱିତୀୟ କ୍ୟାମେରା ମଧ୍ୟ ୨୮ଏମପି । ଏଥର କମ୍ପାନୀ କ୍ୟାମେରାରେ ଏଆଇ ଫିଚର ପାଇଁ ମଧ୍ୟ ସପୋର୍ଟ ଦେଇଛି । ଯାହା ସ୍ୱୟଂଚାଳିତ ଭାବରେ ଗ୍ରୁପ୍ ସେଲଫିକୁ ସ୍ୱିଚ୍ କରିପାରିବ । ଫ୍ରଣ୍ଟ କ୍ୟାମେରାରେ ସ୍ଥିରୀକରଣକୁ ଉନ୍ନତ କରାଯାଇଛି । ଏଥିରେ ୬.୩ ଇଞ୍ଚ ଡିସପ୍ଲେ ରହିଛି । ଏହି ଫୋନ୍ ୨୫୬ଜିବିର ବେସ୍ ଭାରିଆଣ୍ଟ ସହିତ ଉପଲବ୍ଧ ହେବ । ଏଥିରେ ଏକ ଆକ୍ସନ୍ ବଟନ୍ ଅଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଆଇଫୋନ୍ ତା’ର ଯେତେ ବି ମଡେଲ ଲଞ୍ଚ କରିଛି, ସେଥିମଧ୍ୟରୁ ଏହି ମଡେଲଟି ସବୁଠାରୁ ସ୍ଲିମ୍ ଫୋନ୍ ବୋଲି କୁହାଯାଉଛି । ଏହି ସ୍ମାର୍ଟଫୋନ୍ କେବଳ କେବଳ ୫.୬ମି.ମି ମୋଟା । ଏଥିରେ ଆପଣ ଆଗ ଏବଂ ପଛ ଉଭୟ ପାଶ୍ୱର୍ରେ ସିରାମିକ୍ ସିଲ୍ଡ ପାଇବେ । ହ୍ୟାଣ୍ଡସେଟଟି ଚାରୋଟି ରଙ୍ଗ ବିକଳ୍ପରେ ଲଞ୍ଚ କରାଯାଇଛି ।
କମ୍ପାନୀର ଏହାର ଇନ୍-ହାଉସ୍ ମଡେଲରେ ସି୩ଏକ୍ସ ମଧ୍ୟ ପ୍ରଚଳନ କରିଛି । ଏହି ଫୋନଟି ୪୮ଏମପି ସିଙ୍ଗଲ ରିଅର୍ କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଏହି ଫୋନଟି ଦୁଇଟି କ୍ୟାମେରା ପରି କାମ କରିବ । ଆଇଫୋନ୍ ଏୟାରରେ କେବଳ ଇସିମ୍ ବିକଳ୍ପ ଉପଲବ୍ଧ ହେବ । ଏହାର ଅର୍ଥ ହେଉଛି ଆପଣ ଏକ ଫିଜିକାଲ୍ ସିମ୍ ବ୍ୟବହାର କରିପାରିବେ ନାହିଁ ।
ଆଇଫୋନ୍ ୧୭(୨୫୬ଜିବି)ର ମୂଲ୍ୟ ୮୨ହଜାର ୯୦୦ ଟଙ୍କା, ଅଲଟ୍ରା-ଥିନ୍ ଆଇଫୋନ୍ ଏୟାର(୨୫୬ଜିବି)ର ମୂଲ୍ୟ ୧,୧୯,୯୦୦ ଟଙ୍କାରୁ ଆରମ୍ଭ ହୁଏ । ଆଇଫୋନ୍-୧୭ ପ୍ରୋ(୨୫୬ଜିବି)ର ମୂଲ୍ୟ ୧,୩୪,୯୦୦ଟଙ୍କା ଏବଂ ଆଇଫୋନ୍ ୧୭ପ୍ରୋ ମ୍ୟାକ୍ସ (୨୫୬ଜିବି)ର ମୂଲ୍ୟ ୧,୪୯,୯୦୦ଟଙ୍କାରେ ସର୍ବୋଚ୍ଚ ରହିଛି ।



