www.samajalive.in
Sunday, December 7, 2025
18.1 C
Bhubaneswar

୨୦୩୦ ସୁଦ୍ଧା ୫୦% ଇଭି ପଞ୍ଜୀକରଣ

ଭୁବନେଶ୍ବର: ୨୦୨୫ ସୁଦ୍ଧା ରାଜ୍ୟରେ ୨୦ % ବିଦ୍ୟୁତ୍‌ଚାଳିତ ଯାନ (ଇଭି) ପଞ୍ଜୀକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ମାତ୍ର ୯% ଇଭି ପଞ୍ଜିକୃତ ହୋଇଛି। ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ ନାହିଁ। ଏବେ ଇଭି ବିପ୍ଳବକୁ ବଳ ଦେବ ପାଇଁ ପରିବହନ ବିଭାଗ ଆଣିବାକୁ ଯାଉଛି ନୂଆ ଇଭି ନୀତି ୨୦୨୫। ପ୍ରସ୍ତାବିତ ନୀତିରେ ଅନେକ ସଂଶୋଧନ କରାଯିବା ସହ କିଛି ନୂଆ ପଦକ୍ଷେପ ନିଆଯାଇଛି। ୨୦୩୦ ସୁଦ୍ଧା ଇଭି ପଞ୍ଜୀକରଣ ୫୦% ରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି।

ପ୍ରସ୍ତାବିତ ଇଭି ନୀତି ଅନୁସାରେ ଇଭି ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସରକାର ଏକ ଅଭିଯୋଗ କେନ୍ଦ୍ର ଖୋଲିବେ। ଇଭି କମ୍ପାନୀ ଅଭିଯୋଗ ନ ଶୁଣିଲେ ସରକାର ହସ୍ତକ୍ଷେପ କରିବେ। ରାଜ୍ୟର ୭ ସହରର ମୁଖ୍ୟ ରାସ୍ତାରେ ୩୦୦ ଇଭି ଚାର୍ଜିଂ ଷ୍ଟେସନ ଖୋଲାଯିବ। ପ୍ରତି ଇଭି ଚାର୍ଜିଂ ଷ୍ଟେସନ ପାଇଁ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ପ୍ରଦାନ କରିବେ। ବ୍ୟାଟେରି ସ୍ବାପିଂ ଷ୍ଟେସନ ସ୍ଥାପନ ପାଇଁ ୨ ଲକ୍ଷ ଟଙ୍କା  ରିଆତି  ଦିଆଯିବ। ଏଥିସହ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ସହାୟତାରେ ମଧ୍ୟ ଇଭି ଚାର୍ଜିଂ ଷ୍ଟେସନ ଖୋଲାଯିବ। ସରକାରଙ୍କ ଇଭି  ରିଆତି ପାଇବାକୁ ହେଲେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ। ୫ ବର୍ଷ ପର୍ଯ୍ୟନ୍ତ ବାଣିଜ୍ୟିକ ଇଭିର ମାଲିକାନା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପ୍ରଥମ ଥର ପାଇଁ ଇନ୍ଧନ ଚାଳିତ ଯାନକୁ ଇଭିରେ ପରିବର୍ତ୍ତନ କଲେ ସରକାର ୨୫ ରୁ ୩୦% ରିଆତି ପ୍ରଦାନ କରିବେ। ସାଧାରଣ ଯାନକୁ ଇଭିରେ ରୂପାନ୍ତରିତ କରିବା ପାଇଁ ଅନୁମତିପ୍ରାପ୍ତ କେନ୍ଦ୍ର ଖୋଲାଯିବ। ଘରୋଇ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ କେନ୍ଦ୍ରକୁ ଇଭି ବ୍ୟବହାର ପାଇଁ କୁହାଯିବ।

- Advertisement -

ପ୍ରସ୍ତାବିତ ବିଜ୍ଞପ୍ତି ଅନୁସାରେ ଇଭି ନୀତି ୨୦୫୦ ଲାଗୁ ହେବାର ୬ ମାସ ମଧ୍ୟରେ ସମସ୍ତ ସରକାରୀ ବିଭାଗ ଇଭି ବ୍ୟବହାର କରିବେ। ଅଳିଆ ବୁହା ଗାଡ଼ି, ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ଇଭି ଚାଲିବ। ସମସ୍ତ ସରକାରୀ ନୌକା ଏବଂ ଲଞ୍ଚ୍‌ଗୁଡ଼ିକୁ ଇଭିରେ ପରିବର୍ତ୍ତନ କରାଯିବ। ଇଭି ସମ୍ପର୍କିତ ଗବେଷଣା ଓ ବିକାଶ ପାଇଁ ଅନ୍ୟୂନ ୩ଟି ଉତ୍କର୍ଷ କେନ୍ଦ୍ର ତଥା ଷ୍ଟାର୍ଟଅପ୍ ପାଇଁ ଇନ୍‌କ୍ୟୁବେସନ ସେଣ୍ଟର ଖୋଲାଯିବ। ଗବେଷଣା ଓ ବିକାଶ ପାଇଁ ସରକାର ୧୫ କୋଟି ଟଙ୍କାର ପାଣ୍ଠି ଗଠନ କରିବେ। ଇଭି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଦକ୍ଷତା ବିକାଶ ପରିଷଦ ପକ୍ଷରୁ ସ୍ବତନ୍ତ୍ର ପାଠ୍ୟକ୍ରମ ଆରମ୍ଭ କରାଯିବ। ଏହାଦ୍ବାରା ରାଜ୍ୟରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହେବ। ଇଭି ନୀତି କାର୍ଯ୍ୟକାରୀ କରିବାକୁ ପରିବହନ ବିଭାଗରେ ଏକ ଉତ୍ସର୍ଗୀକୃତ ସେଲ୍ ପ୍ରତିଷ୍ଠା କରାଯିବ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories