www.samajalive.in
Sunday, December 7, 2025
16.1 C
Bhubaneswar

ସୋମବାର ରାଶିଫଳ: ଏହି ରାଶିରେ ଅଶାନ୍ତି ଦୂର ହେବ

ମେଷ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ଶତ୍ରୁଭାବ ବୁଦ୍ଧି ହେଲେ ବି ଅନିଷ୍ଟ ହେବନି।

ବୃଷ: ରାଜା, ମହାରାଜାଙ୍କ ପରି କ୍ଷମତା ଓ ପ୍ରାଧାନ୍ୟ ରହିବ। ଗୁଣଜ୍ଞ ହେବେ। ନୀତିନିଷ୍ଟ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିରେ କାରଣ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ସୁସ୍ଥ ରହିବେ।

- Advertisement -

ମିଥୁନ: ରୋଜଗାର ଊଣା ହେବନି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତ ହେବ।

କର୍କଟ: ବିବାଦୀୟ ବିତର୍କରୁ ଓହରିଯାଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଗୁଣ ଓ ମିତ୍ରହୀନ ହୋଇପାରନ୍ତି। କେବଳ ମଧୁର କଥାରେ ପରକୁ ଆପଣାର କରିବେ। ଅଧିକ ବ୍ୟୟ ହେବ।

ସିଂହ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତି କାର୍ଯ୍ୟରେ ସଫଳ ହେବେ।

କନ୍ୟା: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ଅବସ୍ଥାର ଢେର ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। ଗୁଣଜ୍ଞ ହେବେ।

ତୁଳା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସାମାନ୍ୟ ଲାଭର ସୂଚନା ମିଳୁଛି।

ବିଛା: ଅତ୍ୟଧିକ ଶ୍ରମ ସ୍ବୀକାର କରି କ୍ଲାନ୍ତ ହୋଇପାରନ୍ତି। ସାମୟିକ ଭାବେ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସତର୍କରେ ଚଳିବାକୁ ପଡ଼ିବ। ସୁବର୍ଣ୍ଣ ପଦାର୍ଥ ସହ ସମସ୍ତ ସୁଖୈଶ୍ଚର୍ଯ୍ୟ ଭୋଗ କରିପାରନ୍ତି।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭମୟ ହେବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସୁସ୍ବାଦୁ ଭୋଜନ କରି ଆନନ୍ଦିତ ହେବେ।

ମକର: ବହୁ ମିତ୍ରଙ୍କ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସେବା ଭାବନାରେ ଉଦ୍‌ବୁଦ୍ଧ ହେବେ।

କୁମ୍ଭ: ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସାମାଜିକ ଜୀବନ ସୁଖମୟ ହେବ। ରାଜତୁଲ୍ୟ ପ୍ରଭାବ ସମ୍ପନ୍ନ ହୋଇପାରନ୍ତି। ଦେଶାଦିରେ ଆଧିପତ୍ୟ ଲାଭ କରିବେ।

ମୀନ: ପରିଶ୍ରମ ଯେତେ କଷ୍ଟଦାୟକ ହେଉନା କାହିଁକି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ପ୍ରଥମେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। କୃଷିରୁ ଲାଭ ମିଳିବ। ଯାନବାହନ ସୁଖ ମିଳିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories