www.samajalive.in
Sunday, December 7, 2025
23.1 C
Bhubaneswar

ଗଣେଶ ଭସାଣି ବେଳେ ହୃଦଘାତରେ ଜଣଙ୍କର ମୃତ୍ୟୁ 

କଲ୍ୟାଣସିଂହପୁରୁ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ଗ୍ରାମପଞ୍ଚାୟତ ସଦରରେ ଗଣେଶ ଭସାଣି ବେଳେ ଏକ ଅଘଟଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମାଝୀଗୁଡା ଗ୍ରାମରେ ଗଣେଶ ପୂଜା ଆଡ଼ମ୍ବରରେ ପାଳନ କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟା ଛଅ ଘଣ୍ଟା ସମୟରେ ବାଣ ରୋଷଣୀ ନେଇ ଗଣେଶ ମୂର୍ତ୍ତି ବିସର୍ଜନରେ ବାହାରିଥିଲେ। ଭସାଣି ଉତ୍ସବ ସମୟରେ ଗ୍ରାମର ବେଣୁ ଗୋପାଳ (୫୪) ହୃଦଘାତରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଘଟଣାରୁ ପ୍ରକାଶ ଯେ ସନ୍ଧ୍ୟାରେ ଗଣେଶ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା ମାଝୀଗୁଡା ଗ୍ରାମରେ। ସେହି ସମୟରେ ବିସର୍ଜନ ପାଇଁ ସାହିରେ ଶୋଭାଯାତ୍ରାରେ ଯାଉଥିଲେ। ନାଚ ଗୀତ କରୁଥିବା ବେଳେ ହଠାତ୍‌ ବେଣୁଗୋପାଳ ଘଟଣାସ୍ଥଳରେ ପଡିଗଲେ ବୋଲି ଆଲୋଚନା ହେଉଛି। ସରକାର ଅତିକମ ଶବ୍ଦର ସାଉଣ୍ଡ ବକ୍ସ ଲଗାଇ କଡା ନିୟମ କରିଥିବା ବେଳେ ନିୟମକୁ କେହି ମାନୁନଥିବାରୁ ଏଭଳି ଘଟଣା ଘଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ କୌଣସି ସୂତ୍ରରୁ କଲ୍ୟାଣସିଂହପୁର ପୁଲିସ ଥାନା ଅଧିକାରୀ ନୀଳକଣ୍ଠ ବେହେରା ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସକାଳେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories