www.samajalive.in
Sunday, December 7, 2025
26.1 C
Bhubaneswar

ମହିଳା ଏସିଆ କପ୍‌ ହକି: ଭାରତର ବୃହତ୍‌ ବିଜୟ

ହାଙ୍ଗଝୁ (ଚୀନ) : ମହିଳା ଏସିଆ କପ୍‌ ହକି ଚମ୍ପିଆନସିପ୍‌-୨୦୨୫ରେ ଭାରତ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଚୀନର ହାଙ୍ଗଝୁରେ ଶୁକ୍ରବାର ଆରମ୍ଭ ହୋଇଥିବା ପ୍ରତିଯୋଗିତାର ଗ୍ରୁପ- ବି ର ପ୍ରଥମ ମ୍ୟାଚରେ ଭାରତ ୧୧-୦ ଗୋଲରେ ଥାଇଲାଣ୍ଡକୁ ପରାସ୍ତ କରିଛି। ଉକ୍ତ ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଏକତରଫା ଭାବେ ଖେଳା ଯାଇଥିବା ମ୍ୟାଚରେ ଭାରତ ପକ୍ଷରୁ ୭ ମିନିଟ୍‌ରେ ମମତାଜ ଖାନ ପ୍ର୍‌ଥମ ଓ ୧୦ ମିନିଟ୍‌ରେ ସଙ୍ଗୀତା କୁମାରୀ ଦ୍ବିତୀୟ ଗୋଲ ଦେଇଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୧୬ ମିନିଟ୍‌ରେ ନବନୀତ କୌର ତୃତୀୟ, ୧୮ ମିନିଟ୍‌ରେ ଲାଲରେମସିଆମି ଚତୁର୍ଥ ଗୋଲ ଦେଇଥିଲେ। ୩୦ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଉଦିତା ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୫-୦ ଗୋଲରେ ଆଗୁଆ ରହିଥିଲା। ୪୫ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ବିୟୁଟି ଡୁଙ୍ଗଡୁଙ୍ଗ ଗୋଲରେ ପରିଣତ କରିଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୬-୦ ଗୋଲରେ ଆଗୁଆ ରହିଥିଲା। ୪୯ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମୁୁମତାଜ ଖାନ ଗୋଲରେ ପରିଣତ କରି ଦଳକୁ ୭-୦ରେ ଆଗୁଆ କରିଥିଲେ। ୫୨ ମିନିଟ୍‌ରେ ଭାରତକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଉଦିତା ଗୋଲରେ ପରିଣତ କରି ଦଳକୁ ୮-୦ରେ ଆଗୁଆ କରିଥିଲେ। ଭାରତ ପକ୍ଷରୁ ୫୪ ମିନିଟ୍‌ରେ ବିୟୁଟି ଡୁଙ୍ଗଡୁଙ୍ଗ ନବମ, ୫୭ ମିନିଟ୍‌ରେ ଶର୍ମିଳା ଦେବୀ ୧୦ତମ ଓ ୬୦ ମିନିଟ୍‌ରେ ଋତୁଜା ପିସାଲ ଦାଦାସୋ ୧୧ତମ ଗୋଲ ଦେଇଥିଲେ। ଭାରତ ୬ରେ ଦ୍ବିତୀୟ ମ୍ୟାଚ ଜାପାନ ସହ ଖେଳିବ। ସେହିପରି ଗ୍ରୁପ-ବି ର ଅନ୍ୟ ଏକ ମ୍ୟାଚରେ ଜାପାନ ୯-୦ ଗୋଲରେ ସିଙ୍ଗାପୁରକୁ ପରାସ୍ତ କରିଛି। ଏହି ବିଜୟ ସହ ଜାପାନ ୩ ପଏଣ୍ଟ ପାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories