www.samajalive.in
Tuesday, December 9, 2025
26.1 C
Bhubaneswar

‘ଏତେ ସାହସ ଅଛି ତୁମର, ତୁମ ଉପରେ ଆକ୍ସନ ନେବି କି? ଉପମୁଖ୍ୟମନ୍ତ୍ରୀ- ମହିଳା ଆଇପିଏସଙ୍କ ଫୋନ୍‌ କଲ୍‌ ଭାଇରାଲ୍‌..

ମୁମ୍ବାଇ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ଓ ଜଣେ ପୁଲିସ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଭିଡିଓ ବର୍ତ୍ତମାନ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର ପୁଲିସ ଅଧିକାରୀଙ୍କୁ କାର୍ଯ୍ୟ ରୋକିବାକୁ କହୁଛନ୍ତି । ଭାଇରାଲ୍‌ ହେଉଥିବା ଭିଡିଓ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ‘ଏତେ ସାହସ ଅଛି ତୁମର, ତୁମ ଉପରେ ଆକ୍ସନ ନେବି କି, ଆକ୍ସନ ବନ୍ଦ କର ? ଏହି ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଏସଡିପିଓ ଅଞ୍ଜଳି କୃଷ୍ଣାଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖାଯାଉଛି ।


ମିଳିଥିବା ସୂଚନାନୁଯାୟୀ, ଏହି ମାମଲା ସୋଲାପୁର ଜିଲାର ମାଧା କୁର୍ଡୁ ଗାଁର । ଜଣେ ଆଇପିଏସ ଅଧିକାରୀ ଅବୈଧ ଖନନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆସିଥିବା ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମହିଳା ଅଧିକାରୀଙ୍କୁ ଫୋନ୍‌ କରି ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ କହିଥିବା ନେଇ ଅଭିଯୋଗ ହୋଇଛି ।
ରିପୋର୍ଟ ଅନୁଯାୟୀ ଅଭିଯୋଗ ପାଇବା ପରେ ପୁଲିସ ଉପ-ସୁପରିଣ୍ଟେଣ୍ଡେଣ୍ଟ, ଆଇପିଏସ ଅଞ୍ଜଳି କୃଷ୍ଣା ସେହି ସ୍ଥାନରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଯୁକ୍ତିତର୍କ କରିବା ସହ ଜଣେ ବ୍ୟକ୍ତି ପୁଲିସକୁ ଧମକ ଦେବା ସହ ସିଧାସଳଖ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ କରିଥିଲେ । ଏହାର ଭିଡିଓ ଭାଇରାଲ୍‌ ହେବା ପରେ ଏକ ପ୍ରକାର ରାଜନୈତିକ ଝଡ ସୃଷ୍ଟି ହୋଇଥିବା ଦେଖାଯାଇଛି ।
ଅଜିତ ପାୱାରଙ୍କ ଏନସିପି କହିଛି ଯେ ଉପମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଅଟକାଇ ନଥିଲେ।

୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା

- Advertisement -

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories