ସମାଜ ଡିଜିଟାଲ ଡେସ୍କ: ପାରାଦୀପ ବନ୍ଦରରେ ଅଘଟଣ । ଜାହାଜରୁ ଦୁଇ ଜଣ କ୍ର୍ରିୟୁ ସଦସ୍ୟ ଖସି ପଡିଥିବା ସୂଚନା ମିଳିଛି । ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ବନ୍ଦରର ୫ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଶୁକ୍ରବାର ଏହି ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ ସିଆଇଏସ୍ଏଫ୍, ମେରାଇନ୍ ପୁଲିସ, ସ୍କୁବା ଡ୍ରାଇଭର ଓ କୋଷ୍ଟଗାର୍ଡ ନିୟୋଜିତ ହୋଇଛନ୍ତି । ଜାହାଜ ବର୍ଥ ଛାଡିବା ପରେ ସିଡି କାଢୁଥିଲେ ଜାହାଜ କର୍ମଚାରୀ । ଫଳରେ ଅସାବଧାନତା ଯୋଗୁଁ ଖସି ପଡିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Popular Categories



