www.samajalive.in
Tuesday, December 9, 2025
23.1 C
Bhubaneswar

ଉପର ମୁଣ୍ଡରେ ବର୍ଷା; ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଝାରସୁଗୁଡ଼ା, ଯାଜପୁର, ଦେବଗଡ଼, କେନ୍ଦୁଝର, ବାଲେଶ୍ବର ଏବଂ ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ଜଳକା ଫୁଲୁଛି। ଲଘୁଚାପ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଗତି କରିବା ସହିତ ମହାନଦୀ ଉପରମୁଣ୍ଡରେ ବର୍ଷା କାରଣରୁ ‌ହୀରାକୁଦ ଜଳ ଭଣ୍ଡାରକୁ ପ୍ରବଳ ଜଳ ପ୍ରବେଶ କରୁଛି। ଏବେ ୧୬ଟି ଫାଟକ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି। ମହାନଦୀ ଜଳସ୍ତର ବଢ଼ିବା ସମ୍ଭାବନା ରହିଛି। ଫଳରେ ଏ ନେଇ ନଦୀକୁଳ ଜିଲାଗୁଡ଼ିକୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ପରାମର୍ଶ ଦିଆଯାଇଛି। ମହାନଦୀର ଉପର ମୁଣ୍ଡରେ ଥିବା ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲଘୁଚାପ ଥିବାରୁ ଅଧିକ ବର୍ଷା ହେବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ମହାନଦୀରେ ବନ୍ୟା ଆସିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବୈତରଣୀ ଓ ବ୍ରାହ୍ମଣୀ କାରଣରୁ ଯାଜପୁର ଓ ଭଦ୍ରକରେ ଦ୍ବିତୀୟବାର ଏବଂ ସୁବର୍ଣ୍ଣରେଖା, ଜଳକା ବଢ଼ୁଥିବାରୁ ଉତ୍ତର ବାଲେଶ୍ବରରେ ୯ମ ଥର ବନ୍ୟା ଆସିବା ଆଶଙ୍କା ରହିଛି।

ଗତ ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାର ଲଇକେରାରେ ସର୍ବାଧିକ ୨୧୨.୨ମି.ମି. ବର୍ଷା ହୋଇଛି। ଜିଲାର କିରିମରାରେ ୧୭୦.୩, କୋଲାବିରା ୧୬୩, ଲଖନପୁର ୧୪୩.୨ମି.ମି. ବର୍ଷା ହୋଇଛି। ଯାଜପୁର ଜିଲାର ସୁକିନ୍ଦାରେ ୧୮୪.୩ମି.ମି., ଦାନଗଦି ୧୫୮, ଚାନ୍ଦବାଲି ୧୪୭, ଯାଜପୁରରେ ୧୨୧ ମି.ମି. ବର୍ଷା ହୋଇଛି। ଦେବଗଡ଼ରେ ୧୪୫, କେନ୍ଦୁଝର ୧୩୧.୮, ବାଲେଶ୍ବର ଜିଲାର ଗୋବିନ୍ଦପୁର ୧୧୫, ଏବଂ ସମ୍ବଲପୁର ଜିଲାର କୁଚିଣ୍ଡାରେ ୧୧୪ମି.ମି. ବର୍ଷା ହୋଇଛି। ଆଜି ଭଦ୍ରକ, ଯାଜପୁର, ବାରିପଦା, ଝାରସୁୁଗୁଡ଼ା, ତାଳଚେର ଅଞ୍ଚଳରେ ବର୍ଷା ଦ୍ବାରା ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ବଢ଼ିବାରେ ଲାଗିଛି। ବୈତରଣୀ ଜଳସ୍ତର ଆଖୁଆପଦାରେ ବିପଦ ସଙ୍କେତ ଉପରେ, ଆନନ୍ଦପୁରରେ ବିପଦ ସଙ୍କେତ ନିକଟତର ହୋଇଛି। ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ମିଟର ଥିବାବେଳେ ଏଠାରେ ବୈତରଣୀ ୧୮.୩୮ମିଟର‌ରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ଜଳସ୍ତର ରାଜଘାଟରେ ବଢ଼ୁଛି। ଜେନାପୁର, ପାନପୋଷରେ ବ୍ରାହ୍ମଣୀର ଜଳସ୍ତର ବଢ଼ୁଛି। ଜଳକା ମଧ୍ୟ ବଢ଼ୁଛି।

- Advertisement -

ମହାନଦୀର ଉପରମୁଣ୍ଡ ଏବଂ ତଳମୁଣ୍ଡରେ ବର୍ଷା ହୋଇଛି। ଗୁରୁବାର ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଉପରେ ଲଘୁଚାପ ସକ୍ରିୟ ରହିଛି। ଛତିଶଗଡ଼ର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜଳ ସମ୍ପଦ ବିଭାଗର ସୂଚନାନୁଯାୟୀ, ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳ ପତ୍ତନ ୬୨୬.୩୩ ଫୁଟ ରହିଛି। ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୯୬୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୬ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ୨ଲକ୍ଷ ୯୪ ହଜାର ୯୬୦କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଖଇରମାଳରେ ହୀରାକୁଦ ଜଳ ପହଞ୍ଚି ଥିବାରୁ ସେଠାରେ ୨ଲକ୍ଷ ୨୩ ହଜାର ୫ଶହ କ୍ୟୁସେକ୍ ଜଳ ପ୍ରବାହ କରୁଥିବା ବେଳେ ବରମୂଳ ୧ଲକ୍ଷ ୬୪ ହଜାର ଏବଂ ମୁଣ୍ଡଳିରେ ୭୩ ହଜାର ୯୦୦ କ୍ୟୁସେକ୍ ଜଳ ପ୍ରବାହ କରୁଛି। ରେଙ୍ଗାଲିରେ ଦୁଇଟି ଫାଟକ ଖୋଲିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୪୬୫୯କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୭୫୬କ୍ୟୁସେକ୍ ନିଷ୍କାସିତ ହେଉଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories