www.samajalive.in
Monday, December 8, 2025
14.1 C
Bhubaneswar

ଏଥର ପିତୃପକ୍ଷରେ ଗଜକେସରୀ ଯୋଗ : ଏହି ରାଶିଙ୍କ ଜୀବନରେ ଘଟିବ କି କି ପରିବର୍ତ୍ତନ, ହଠାତ୍‌ ହେବେ ଧନୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ପିତୃପକ୍ଷର ଆରମ୍ଭ ୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହା ସେପ୍ଟେମ୍ବର ୨୧ରେ ଶେଷ ହେବ । ହିନ୍ଦୁ ଧର୍ମରେ ଏହି ୧୫ ଦିନର ଖୁବ୍‌ ମହତ୍ତ୍ୱ ରହିଛି । ପିତୃପକ୍ଷ ସମୟରେ ୧୪ ସେପ୍ଟେମ୍ବରରେ ଚନ୍ଦ୍ରମା ମିଥୁନ ରାଶିରେ ପ୍ରବେଶ କରିବେ, ଦେବଗୁରୁ ବୃହସ୍ପତି ପୂର୍ବରୁ ହିଁ ଏଠାରେ ବିରାଜମାନ ରହିଛନ୍ତି । ଫଳରେ ଗୁରୁ- ଚନ୍ଦ୍ର ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହେବ । ଶାସ୍ତ୍ର ଅନୁସାରେ ପିତୃପକ୍ଷରେ ଗଜକେସରୀ ଯୋଗକୁ ଖୁବ୍‌ ଶୁଭ ବୋଲି ମାନ୍ୟତା ରହିଛି । ଏହା ଖୁବ୍‌ ପ୍ରଭାବଶାଳୀ ଓ ଶକ୍ତିଶାଳୀ । ଚନ୍ଦ୍ର-ଗୁରୁଙ୍କ ସଂଯୋଗରୁ ସୃଷ୍ଟି ହେଉଥିବା ଦୁର୍ଲ୍ଲଭ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ବୃଷ- ଏହି ଯୋଗ ଫଳରେ ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ । ହଠାତ୍‌ ଧନ ଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପୁରୁଣା ଅଟକି ଥିବା କାମ ପୂରଣ ହେବ । ଭାଗ୍ୟର ସାଥ୍‌ ମିଳିବ ।

- Advertisement -

ସିଂହ- ଏହି ସମୟ ଅତ୍ୟନ୍ତ ଶୁଭଙ୍କର । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ବଡ ଲାଭ ହେବ । ଟଙ୍କା ନିବେଶ କରିବା ପାଇଁ ସମୟ ଶୁଭଙ୍କର । ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟ ମଧ୍ୟ ବୃଦ୍ଧି ହେବ ।

କନ୍ୟା- ଚାକିରିରେ ପଦନ୍ନୋତିର ଯୋଗ ରହିଛି । ପରିବାରରେ ହସଖୁସିର ବାତାବରଣ ରହିବ । ପରିବାର ଲୋକଙ୍କ ସହ ହସଖୁସିରେ ସମୟ ବିତାଇବେ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories