www.samajalive.in
Sunday, December 7, 2025
26.1 C
Bhubaneswar

ଜଙ୍ଗଲ ରାସ୍ତାରେ ନେଟୱର୍କ ଖୋଜା

ନାରାୟଣପାଟଣା : ଗାଁକୁ ଡିଜିଟାଲ ସେବା ଅପହଞ୍ଚ ହୋଇଛି । ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି । ଆଉ କେଉଁଠି ମୋଟରସାଇକଲରେ ଲାପଟପ୍ ଧରି ଜଙ୍ଗଲ ରାସ୍ତାରେ ନେଟୱର୍କ ଖୋଜା ଚାଲିଛି । ସୀମାନ୍ତ ଆନ୍ଧ୍ର ନେଟୱର୍କରେ ଲୋକଙ୍କ ବିଭିନ୍ନ ଅନ୍‌ଲାଇନ କାର୍ଯ୍ୟ ହେଉଛି । ଘଣ୍ଟା ଘଣ୍ଟା ଅପେକ୍ଷା କରି କିଏ ଟଙ୍କା ଉଠାଉଛି ତ’ ଆଉ କିଏ ସ୍ବାସ୍ଥ୍ୟସେବା କାର୍ଡ ପାଇଁ ପଞ୍ଜୀକରଣ କରୁଛନ୍ତି । ଏପରି ବିକଳ ଚିତ୍ର ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ଭିତରପଡ଼ା ଗାଁରେ ଦେଖିବାକୁ ମିଳିଛି । ନାରାୟଣପାଟଣା ବ୍ଲକଠାରୁ ଭିତରପଡ଼ା ଗାଁର ଦୂରତା ୨୨ କିମି। ପାହାଡ଼ିଆ ଜଙ୍ଗଲ ରାସ୍ତା ପାର୍ଶ୍ବରେ ଖୋଲା ଆକାଶରେ ହାତରେ ଆଧାର କାର୍ଡ ଧରି ଆଦିବାସୀ ପୁରୁଷ, ମହିଳା, ବୃଦ୍ଧବୃଦ୍ଧା ଠିଆ ହେଉଛନ୍ତି । ସରକାରଙ୍କ ସ୍ବାସ୍ଥ୍ୟ ବୀମା ପାଇଁ ପଞ୍ଜୀକରଣ କରୁଛନ୍ତି । ଗାଁରେ ନେଟୱର୍କ ନାହିଁ । ନେଟୱାର୍କ ସେବା ପାଇଁ ୨୨ କିମି ଦୂର ନାରାୟଣପାଟଣା ଯିବାକୁ ପଡୁଛି । ଗଁା ପାଖରେ ଲୋକଙ୍କୁ ସେବା ଯୋଗାଇବାକୁ ମୋଟରସାଇକଲରେ ଲାପଟପ ଧରି ଗ୍ରାହକ ସେବା କେନ୍ଦ୍ରର ଜଣେ ଯୁବକ ଆନ୍ଧ୍ର ନେଟୱର୍କ ଖୋଜୁଛନ୍ତି । ସେହି ନେଟୱର୍କ ମିଳିଲେ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି । ଗତ ସପ୍ତାହ ହେବ ଏପରି କାର୍ଯ୍ୟ ଚାଲିଛି । ଲୋକେ ଖୁସିରେ ଗ୍ରାହକ ସେବା କେନ୍ଦ୍ରର ଯୁବକ ସଦା ତାଡିଙ୍ଗିଙ୍କୁ ଅଳ୍ପ କିଛି ଅର୍ଥ ଦେଇଥାନ୍ତି। ଯେଉଁଠି ଉକ୍ତ ସେବା ପାଇଁ ଲୋକଙ୍କୁ ୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା। ଶ୍ରୀ ତାଡିଙ୍ଗି ଜଣେ ଶିକ୍ଷିତ ଯୁବକ । ସେ ଚାକିରି ନ କରି ନିଜ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇବାକୁ ପ୍ରୟାସ କରୁଛନ୍ତି । ଭିତରପଡ଼ା ଗାଁ ନିକଟ ଜଙ୍ଗଲ ରାସ୍ତାରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ବାରମ୍ବାର କୋରାପୁଟ ଜିଲା ପ୍ରଶାସନକୁ ଏକ ଟାୱାର ବସାଇବା ପାଇଁ ଗ୍ରାମବାସୀ ଦାବି କରି ଆସୁଛନ୍ତି। କେହି ଗୁହାରି ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି। ଭିତରପଡା ଗାଁରେ ଏକ ମୋବାଇଲ ଟାୱାର ବସାଇବାକୁ ଟେଣ୍ଡର ଶେଷ ହୋଇଛି। ଟାୱାର ନିର୍ମାଣରେ ଠିକାଦାର ବିଳମ୍ବ କରୁଛନ୍ତି । ଲୋକେ ହଇରାଣ ହେଉଛନ୍ତି । ଗ୍ରାମବାସୀଙ୍କ ଗୁହାରି ଶୁଣିବାକୁ ପ୍ରଶାସନକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଳତି ତାଡିଙ୍ଗି ଅନୁରୋଧ କରିଛନ୍ତି ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories