www.samajalive.in
Sunday, December 7, 2025
16.1 C
Bhubaneswar

ନିଶା କାରବାରକୁ ନେଇ ହତ୍ୟା ! ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ ନିଶା କାରବାର ଅନିୟନ୍ତ୍ରିତ ରୂପେ ବୃଦ୍ଧି ପାଉଥିବାବେଳେ ଏହାର ପାଶ୍ୱର୍ ପ୍ରତିକ୍ରିୟା ଗୁଡିକ ନିୟମିତ ରୂପେ ପରିଲକ୍ଷିତ ହେଉଛି । ବିଗତ ବର୍ଷ ଗୁଡିକରେ ମଧ୍ୟ ଅନେକ ଅପରାଧିକ କାର୍ଯ୍ୟକଳାପ ସମେତ ହତ୍ୟା ଘଟଣା ଗୁଡିକରେ ନିଶା କାରବାର ସଂପୃକ୍ତି ରହିଥିବାର ଅନେକ ନଜିର ରହିଛି । ସଦ୍ୟତମ ଘଟଣାରେ ଧନୁପାଲି ଥାନା ସମ୍ମୁଖରେ ଥିବା ଭୂତପଡା ଓରାମପଡା ଠାରେ ବୁଧବାର ସ୍ପଷ୍ଟ ଦିବାଲୋକରେ ସକାଳ ପ୍ରାୟ ୮ଟା ସମୟରେ ମହମ୍ମଦ ରିଙ୍କୁ ଓରଫ ମଦୁଆ ଓରଫ ଛୋଟୁ (୨୫) ନାମକ ଜଣେ ଯୁବକଙ୍କୁ ଛୁରୀ ମାରି ହତ୍ୟା କରାଯାଇଛି ।

ଧନୁପାଲି ଥାନାରୁ ମାତ୍ର କିଛି ମିଟର ଦୂରରେ ଅବସ୍ଥିତ ଓରାମପଡା ସ୍ଥିତ ଦେଶୀ ମଦଭାଟି ନିକଟରେ ହୋଇଥିବା ଏହି ଘଟଣାରେ ମୋତିଝରନ ନିବାସୀ ମହମ୍ମଦରିଙ୍କୁ ଘରୁ ବାହାରିବା ପରେ ମଦଭାଟି ନିକଟକୁ ଯାଇଥିଲା । ସେହିଠାରେ ପୁର୍ବରୁ ଶତ୍ରୁତା ଥିବା କିଛି ଯୁବକଙ୍କ ସହିତ ଭେଟ ହେବାରୁ ସେମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ କଚେରୀ ଅଞ୍ଚଳ ନିବାସୀ କାଲିଆ ଓରଫ ପ୍ରମୋଦ କଲେତ ନାମକ ଜଣେ ଯୁବକ ଏକ ଧାରୁଆ ଛୁରୀରେ ଛୋଟୁକୁ ଆକ୍ରମଣ କରିଥିଲା ।  କୌଣସି ମତେ ଯୁବକ ଜଣକ ଘଟଣାସ୍ଥଳରୁ ଦୌଡି ଦୌଡି ଫେରାର ହୋଇଥିବା ବେଳେ ଓରାମପଡା ଭିତରେ ପ୍ରଚୁର ରକ୍ତସ୍ରାବ ହେବାରୁ ତଳେ ସଜ୍ଞାହୀନ ହୋଇ ପଡିଯାଇଥିଲେ । ଆକ୍ରମଣକାରୀ ମାନେ ଏହି ଘଟଣା ପରେ ତୁରନ୍ତ ଫେରାର ହୋଇଯାଇଥିବା ବେଳେ ଗୁରୁତର ଆହତ ଯୁବକଙ୍କୁ ପରିବାର ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

- Advertisement -

ତେବେ ଡାକ୍ତରଖାନାରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ତୁରନ୍ତ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରିତ କରିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ସାଇନ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ରକ୍ତ ସମେତ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଛନ୍ତି । ପୁର୍ବରୁ ଅପରାଧିକ ପୃଷ୍ଠଭୂମି ଥିବା ମୃତକ ଏମଡି ରିଙ୍କୁ ନାମରେ ଧନୁପାଲି ଥାନାରେ ୧୩ଟି ବିଭିନ୍ନ ପ୍ରକାରର ମାମଲା ରହିଛି ।

ନିଶା କାରବାରକୁ ନେଇ ଅଞ୍ଚଳର କିଛି ଯୁବକଙ୍କ ସହିତ ମୃତକଙ୍କ କିଛି ମାସ ହେବ ଶତ୍ରୁତା ଲାଗି ରହିଥିଲା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ବିଗତ କିଛି ଦିନ ଟଙ୍କା ଦିଆ ନିଆକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ସକାଳ ସମୟରେ ମଦଭାଟି ପାଖରେ କାଲିଆକୁ ଛୋଟୁ ଭେଟିବା ପରେ ଟଙ୍କା ଦାବି କରିବା ସହିତ ଏକ ଛୁରୀ ଦେଖାଇ ଜବରଦସ୍ତି ତା ନିକଟରେ ଥିବା ଟଙ୍କା ନେଇଯାଇଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ କାଲିଆ ଛୁରୀଟି ଛୋଟୁ ନିକଟରୁ ଛଡାଇ ନେଇ ତାକୁ ପାଲଟା ଆକ୍ରମଣ କରିଥିଲା ଏବଂ ଫେରାର ମାରିଥିଲା ବୋଲି ଧନୁପାଲି ପୁଲିସ କହିଛି । ତେବେ ହତ୍ୟାକାଣ୍ଡ ପରେ ଫେରାର ଥିବା ଆକ୍ରମଣକାରୀ କାଳିଆକୁ ଧରିବା ସହିତ ତା ନିକଟରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରିଛି ବୋଲି ଧନୁପାଲି ପୁଲିସ କହିଛି ।

ସମ୍ବଲପୁର ସହରରେ ନିଶା କାରବାରକୁ ନେଇ ହତ୍ୟା ଘଟଣା ନୂତନ ନୁହେଁ । ଏବେ ସମ୍ବଲପୁରର ଅନେକ ଅଞ୍ଚଳରେ ନିଶା କାରବାର କୁଟୀର ଉଦ୍ୟୋଗରେ ପରିଣତ ହୋଇ ସାରିଥିବା ବେଳେ ତାକୁ ନିୟନ୍ତ୍ରଣ କରିବାରେ ପୁଲିସ ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ହୋଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories