www.samajalive.in
Sunday, December 7, 2025
23.1 C
Bhubaneswar

ହରଭଙ୍ଗା ବ୍ଲକରେ ୟୁରିଆ ସାରର କୃତ୍ରିମ ଅଭାବ

ହରଭଙ୍ଗା : ହରଭଙ୍ଗା ବ୍ଲକରେ ବର୍ତମାନ ୟୁରିଆ ସାରର କୃତ୍ରିମ ଅଭାବ ଦେଖାଦେଇଛି।ଚାଷୀଙ୍କ ଚାହିଦା ଅନୁସାରେ ପ୍ୟାକ୍ସଗୁଡିକରୁ ୟୁରିଆ ସାର ମିଳୁନଥିବା ଅଭିଯୋଗ ହେଉଛି । ସାରର କୃତ୍ରିମ ଅଭାବ ପଛରେ କଳାବଜାରୀକୁ ଦାୟୀ କରାଯାଉଛି । ସାରର ଏଭଳି କୃତ୍ରିମ ଅଭାବକୁ ଦୃଷ୍ଟିରେ ରଖି ମଙ୍ଗଳବାର ବୌଦ୍ଧ ଉପଜିଲ୍ଲାପାଳ ବିନୟ କୁମାର ଭୋଇଙ୍କ ନେତୃତ୍ୱରେ ହରଭଙ୍ଗା ତହସିଲଦାର ବଳଦେବ ବେହେରା, ଏସ.ଆର.ସି.ଏସ ଗଙ୍ଗାଧର କହଁର ,ହରଭଙ୍ଗା ସହକାରୀ କୃଷି ଅଧିକାରୀ ପରୁଷୋତମ ସାହୁ ,ସୁପରଫାଇଜର ଜ୍ୱଳନ୍ତ ନାଏକ ପ୍ରମୁଖ ମିଳିତ ଭାବେ କଂରଜକଟାସ୍ଥିତ ବାଣିଭୂଷଣପୁର,ପୁରୁଣାକଟକ,ତିଲେଶ୍ୱର,ମଥୁରା ଆଦି ପ୍ୟାକ୍ସ ଗୁଡିକରେ ମାରାଥନ ଚଢାଉ କରାଯାଇଥିଲା । ସେହିପରି ଗତ ସୋମବାର ଆଡଣେଗଡ ପ୍ୟାକ୍ସରେ ଚଡାଉ କରାଯାଇଥିଲା । ରେଜିଷ୍ଟର ଅନୁସାରେ ଆଡେଣିଗଡ ପ୍ୟାକ୍ସ ଗୋଦାମରେ ସାର ପାଖାପାଖି ୪୦ ବସ୍ତା ଷ୍ଟକ କମ୍ ଥିବା ଚଢାଉ କରୁଥିବା ଟିମ ଜାଣିପାରିିଥିଲା । ସେହିପରି ମଥୁରା ପ୍ୟାକ୍ସରେ ସାର କ୍ରୟ /ବିକୟ ସର୍ମ୍ପକୀତ କୌଣସି ଖାତାଖତିଆନ ନଥିବା ଚଡାଉ ଟିମ୍‌ର ଯାଞ୍ଚ ସମୟରେ ଧରାପଡିଥିଲା । ଏ ନେଇ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ ହରଭଙ୍ଗା ବ୍ଲକ ଅଧିନରେ ସାର ବିକ୍ରୟ ପାଇଁ ୧୩ଟି ପ୍ୟାକ୍ସ ଏବଂ ୩୭ଟି ବେସରକାରୀ ଦୋକାନୀଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି ।ଏହା ସତ୍ୱେ ୟୁରିଆ ସାର ମିଳୁନଥିବାରୁ ଚାଷି ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ଦିଗରେ ଜିଲ୍ଲାପାଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories