www.samajalive.in
Sunday, December 7, 2025
23.1 C
Bhubaneswar

ଛାତ୍ରୀ ଫିନାଇଲ ପିଇବା ଘଟଣା : ପୁରୁଷ ବନ୍ଧୁ, ହୋଟେଲ ମାଲିକ ଗିରଫ

ଗୋପାଳପୁର:ଗୋପାଳପୁର ଥାନା ପରିସରରେ ସୋମବାର ଅପରାହ୍ଣରେ ପୁରୁଷ ବନ୍ଧୁଙ୍କ ସହ ଥାନାକୁ ଯାଇଥିବା ଜଣେ ନାବାଳିକା ଛାତ୍ରୀ ଫିନାଇଲ ପିଇ ଗୁରୁତର ହେବା ଘଟଣା ନୂଆ ମୋଡ ନେଇଛି। ଏହି ଘଟଣାରେ ପୁରୁଷ ବନ୍ଧୁ ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲ୍ଲୀର କେଦାର ଦାସ ଏବଂ ଗୋପାଳପୁରର ହୋଟେଲ ମାଲିକ ଯୋଗେନ୍ଦ୍ର କୁମାର ସିଂହଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏସ୍‌ପିଙ୍କ କହିବାନୁସାରେ ସୋମବାର ନାବାଳିକା ଓ ପୁରୁଷ ବନ୍ଧୁ ଥାନାରେ ପହଞ୍ଚି ସର୍ଟ ଷ୍ଟେ ହୋମର ମାଲିକ ଯୋଗେନ୍ଦ୍ର ସେମାନଙ୍କୁ ଅସଦ୍‌ ବ୍ୟବହାର କରିଥିବା ନେଇ ଅଭିଯୋଗ କରିଥିଲେ। ଛାତ୍ରୀ ଜଣକ ନାବାଳିକା ଥିବାରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା। ପରିବାର ସଦସ୍ୟ ଥାନାରେ ପହଞ୍ଚିବା କ୍ଷଣି ନାବାଳିକା ଜଣକ ଭୟଭୀତ ହୋଇ ବ୍ୟାଗରେ ରଖିଥିବା ୫୦ ମି.ଲି.ର ଏକ ବୋତଲରୁ କିଛି ଔଷଧ ପାଟିରେ ପୂରାଇ ଦେଇଥିଲେ। ଏହା ପରେ ଛାତ୍ରୀ ଜଣକ ବାନ୍ତି କରିବାରୁ ନାବାଳିକାକୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନିଆଯାଇଥିଲା। ଚିକିତ୍ସା ପରେ‌ ନାବାଳିକା ସୁସ୍ଥ ହୋଇଥିଲା, କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଛାତ୍ରୀଙ୍କୁ ୨୪ ଘଣ୍ଟା ନିରୀକ୍ଷଣରେ ରଖାଯାଇଥିଲା। ସନ୍ଧ୍ୟାରେ ସିଡବ୍ଲ୍ୟୁସି କମିଟି ସମ୍ମୁଖରେ ହାଜର କରାଯାଇଥିଲା। ଶ୍ବାସ ରୋଗ ପାଇଁ ଛାତ୍ରୀ ଜଣକ ଔଷଧ ପିଇଥିବା ଅନୁମାନ କରାଯାଉଛି। ତେବେ ଏହାର ତଦନ୍ତ ଚାଲିଛି। ଛାତ୍ରୀ ପିଇଥିବା ଔଷଧର ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଏସ୍‌ପି କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories